Onn 3

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଦିବାସୀ ବହୁଳ ମୟୁରଭଞ୍ଜ ପ୍ରତି କ୍ରମାଗତ ଅବହେଳା ପ୍ରତିବାଦ ନେଇ୧୩ ତାରିଖରେ ବିକ୍ଷୋଭ : ଭଞ୍ଜସେନା

State

ବାରିପଦା: ଦୀର୍ଘ ୨୩ବର୍ଷ ଧରି ରାଜ୍ୟ ସରକାର ଓ ଦୀର୍ଘ ୯ବର୍ଷ ଧରି କେନ୍ଦ୍ର ସରକାରଙ୍କ ତରଫରୁ ଯେ କୌଣସି ନିର୍ବାଚନ ପୂର୍ବରୁ ବହୁ ମିଥ୍ୟା ପ୍ରତିଶୃତି, ଶିଳାନ୍ୟାସ, ଭିତ୍ତିପ୍ରସ୍ତର ସ୍ଥାପନ ନାମରେ ଭୋଟ ହାତେଇବା ପାଇଁ ବହୁ ପ୍ରକାରର କୌଶଳ ଅବଲମ୍ବନ କରିଥାନ୍ତି ମାତ୍ର ନିର୍ବାଚନ ଜିତି ଗଲାପରେ କାହାରି ଦେଖା ନ ଥାଏ କିମ୍ବା କୌଣସି ପ୍ରତିଶୃତି ପାଳନ ମଧ୍ୟ କରାଯାଏ ନାହିଁ |ପୂର୍ବ ଭଳି ଏଥର ମଧ୍ୟ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପୁଣି ପୁଳା ପୁଳା ପ୍ରତିଶୃତି, କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଘୋଷଣା ନ ହୋଇ ଆର୍ଥିକ ଅନୁଦାନ, ଆଗୁଆ ଶିଳାନ୍ୟାସ ର ପର୍ବ ଆରମ୍ଭ ହେବାକୁ ଲାଗିଲାଣି |ଏଣୁ ଏସବୁ ମିଥ୍ୟା ପ୍ରତିଶୃତି କୁ ଭରସା ନକରି ଦୀର୍ଘ ଦିନ ଧରି ବିଭିନ୍ନ ଉପାୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିବା ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଆଜି ବାରିପଦା ଠାରେ ଜିଲ୍ଲାସ୍ତରୀୟ ଯୁବଛାତ୍ର ସଂଗଠକ ଓ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ବସି ଜିଲ୍ଲାର ପ୍ରମୁଖ ସମସ୍ୟା ଉପରେ ଆଲୋଚନା ହୋଇଥିଲା ଏବଂ ବୈଠକ ରେ ଗୃହୀତ ହୋଇଥିବା ପ୍ରସ୍ତାବ ଗୁଡିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଗରେ ନିମ୍ନଲିଖିତ ଦାବୀ ଗୁଡିକୁ ପୁନର୍ବାର ଉପସ୍ଥାପନା କରି ଏଗୁଡିକୁ ଗୁରୁତ୍ୱର ସହ ନେଇ ଆଗାମୀ ୧୫ଦିନ ମଧ୍ୟରେ ସମାଧାନ ପନ୍ଥା ବାହାର କରିବାକୁ ଆହ୍ୱାନ କରାଯାଇଛି |
ଦାବୀ ଗୁଡିକ ମଧ୍ୟରେ……..

୧/ନବ ରୂପାନ୍ତର ପ୍ରକ୍ରିୟାରେ ଓଡ଼ିଶାର ଅନ୍ୟାନ୍ୟ ମଠ ମନ୍ଦିର ଗୁଡିକର ସୌନ୍ଦର୍ଯ୍ୟକରଣ ଓ ରକ୍ଷଣାବେକ୍ଷଣ ପାଇଁ ଶହ ଶହ କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଥିବା ବେଳେ ମୟୁରଭଞ୍ଜ ର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱରେ ବିରଳ କଳା ମୁଗୁନି ପଥରରେ ନିର୍ମିତ ମାଆ କିଚକେଶ୍ବରୀଙ୍କ ମନ୍ଦିର ପାଇଁ ତୁରନ୍ତ ଆଖିଦୃଶିଆ ଅନୁଦାନ ଦିଅନ୍ତୁ ରାଜ୍ୟ ସରକାର |
୨/ବିଶ୍ୱବିଖ୍ୟାତ ସବୁଜିମା ଶିମିଳିପାଳ ର ପୂର୍ବ ହୃତଗୌରବ ଫେରାଇଆଣିବା ସହିତ ବୃକ୍ଷଲତା ପରିପୂର୍ଣ୍ଣ ଓ ପଶୁପକ୍ଷୀ ଙ୍କ ବଂଶ ବୃଦ୍ଧି କରିବାର ଯୋଜନା ସହିତ ସଂମ୍ପୂର୍ଣ ଶିମିଳିପାଳ ର ସୁରକ୍ଷା ପାଇଁ ତୁରନ୍ତ ଏକ ଆଖିଦୃଶିଆ ଆର୍ଥିକ ପ୍ୟାକେଜ ଘୋଷଣା କରିବା |
୩/ଆଦିବାସୀଙ୍କ ପୂଜାସ୍ଥଳୀ ଜାହିରା ପୀଠର ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା |
୪/ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ମୟୁରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ନେଇ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା|
୫/ବହୁ ପ୍ରତିକ୍ଷୀତ ବାଙ୍ଗିରିପୋଷି -ଗୋରୁମହିସାଣି, ବାଦାମପାହାଡ଼ -କେନ୍ଦୁଝର ଏବଂ କପ୍ତିପଦା ଉପଖଣ୍ଡ କୁ ନୂତନ ରେଳସଂଯୋଗୀକରଣ କରାଯିବା |
୬/ସୁଦୃଢ ଭିତ୍ତିଭୂମୀ ଥିବା ଶୁଳିଆପଦା ବ୍ଲକରେ କାଗଜ କଳ ର ପ୍ରତିଷ୍ଠା କରିବା ।
୭/ବାରିପଦା ପୂର୍ତ୍ତ ବିଭାଗ ପକ୍ଷରୁ ଅସୁରକ୍ଷିତ ଐତିହାସିକ ରାଜପ୍ରସାଦ (୧୫ଏକର ପରିମିତ ଜମିରେ ପ୍ରାୟ ୧ଲକ୍ଷ ବର୍ଗଫୁଟର ରାଜପ୍ରାସାଦ ଯୋଉଠି ୧୨୬ଟି କୋଠରି ସହ ଲଣ୍ଡନ ସ୍ଥିତ ବକିଂହାମ ପ୍ୟାଲେସର ଅବିକଳ ରୂପ) ର ସର୍ଭେପରେ ପୁନଃ ମରାମତି ପାଇଁ ବ୍ୟୟ ହେବା ସକାଶେ ହୋଇଥିବା ଅଟକଳ ରାଶିକୁ ତୁରନ୍ତ ବିଭାଗପକ୍ଷରୁ ଯୋଗାଇଦେବା ସହିତ ସ୍ମାରକୀ ଭାବେ ସଂରକ୍ଷିତ କରିବା ପାଇଁ ଯଥାଶୀଘ୍ର ଘୋଷଣା କରାନ୍ତୁ ରାଜ୍ୟ ସରକାର ।
୮/କେବଳ କୋଠାବାଡି ନିର୍ମାଣରେ ସ୍ୱାସ୍ଥ୍ୟ ସେବା ସୁଧୁରିବନାହିଁ ମୟୂରଭଞ୍ଜ ରେ, ତେଣୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତର ନିଯୁକ୍ତି ସହ ରୋଗ ପରୀକ୍ଷା କରିବା ପାଇଁ ଆବଶ୍ୟକ ଉପକରଣ ଯୋଗାଇବା ପାଇଁ ସରକାର ଯଥାଶୀଘ୍ର ଉଚିତ ପଦକ୍ଷେପ କରାନ୍ତୁ |
୯/ରକ୍ତରଞ୍ଜିତ ଦ୍ୱାରଶୁଣୀ ଘାଟୀର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯାଉ |
୧୦/ରାଇରଙ୍ଗପୁର ସହର ଓ ଯଶିପୁର ରେ ତୁରନ୍ତ ବାଇପାସ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ |
୧୧/ଅମର୍ଦା ଓ ଦାଣ୍ଡବୋଷ ଏୟାରଷ୍ଟ୍ରିପ ର ତୁରନ୍ତ ପୁନଃରୁଦ୍ଧାର କରାଯାଉ |
୧୨/ବାରିପଦା ଜଗନ୍ନାଥ ମନ୍ଦିର, ଦେବକୁଣ୍ଡ ଅମ୍ବିକା ମନ୍ଦିର, ମାଣତ୍ରୀ ଶିବ ମନ୍ଦିର, ଦେବଶୋଳ ଶିବ ମନ୍ଦିର, ବାଙ୍ଗିରିପୋଷି ସ୍ଥିତ ସିମିଳା ଶିବ ମନ୍ଦିର, ଦ୍ୱାରଶୁଣୀ ମନ୍ଦିର, ସାରସ କଣା ର ମେରୁ ମଠ, ଉଦଳାର ସରସ୍ବତୀ ମନ୍ଦିର ସହିତ ଜିଲ୍ଲାର ବିଭିନ୍ନ ମଠ ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ଆର୍ଥିକ ସହାୟତା ଘୋଷଣା କରାଯାଉ |
୧୩/ଘୋଷଣା ହୋଇଥିବା ସୁଲେଇପାଟ ଡ୍ୟାମ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା, ଘୋଷଣା ହୋଇ କାର୍ଯ୍ୟାଆରମ୍ଭ ହୋଇନଥିବା କାଳ ଡ୍ୟାମ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବା ସହିତ ଚିତ୍ରଡା ସ୍ଥିତ ରାଜବନ୍ଧ ର ପୁନଃରୁଦ୍ଧାର, ବାଙ୍କବଳ ଡ୍ୟାମ, ବାଲିଡିହା ବନ୍ଧ,ବଡ଼ଯୋଡ ବନ୍ଧ, ଦେଉଳି ବନ୍ଧ, ଶଙ୍କରମରା ଡ୍ୟାମ, ନେଦାମ ବନ୍ଧ,ନେସା ଡ୍ୟାମ…. ଆଦି ର ପୁନରୁଦ୍ଧାର କରାଯାଉ ।
୧୪/ ଓଡ଼ିଶାରେ ଫୁଟବଲ ଖେଳର ଏନ୍ତୁଡ଼ିଶାଳ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଘରେ ଶାଗ ପଖାଳ ଖାଇ ମୁଖ୍ୟତଃ ଆଦିବାସୀ ଯୁବକ ଯୁବତୀ ମାନେ ଖେଳୁଥିବା ଫୁଟବଲ ଖେଳ ଓ ଖେଳାଳୀଙ୍କ ଉନ୍ନତି ପାଇଁ ଯଥାଶୀଘ୍ର ଜିଲ୍ଲାରେ ଏକ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯାଉ ।
୧୫/ବାମନଘାଟି ଉପଖଣ୍ଡରେ ଖଣିଜ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରାଯାଉ ଏବଂ ରାଇରଙ୍ଗପୁରରେ ପେଲେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କରିଥିବା ରାଜ୍ୟ ସରକାର ତୁରନ୍ତ ଏହାର କାର୍ଯ୍ୟାରମ୍ଭ କରାନ୍ତୁ |
୧୬/ଜୁବୁଲି ଲାଇବ୍ରେରୀ ର ପୁନରୁଦ୍ଧାର କରାଯାଉ।
୧୭/ହରିପୁରଗଡ଼ କୁ ଜାତୀୟ ପର୍ଯ୍ୟଟନସ୍ଥଳୀ ର ମାନ୍ୟତା ପ୍ରଦାନ ପାଇଁ ଘୋଷଣା କରିଥିବା କେନ୍ଦ୍ର ସରକାର ଯଥାଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରାନ୍ତୁ |
୧୮/ ମୟୁରଭଞ୍ଜରେ କାର୍ଯ୍ୟାଦେଶ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ସରକାରୀ ମୂଲ୍ୟରେ ବାଲି ଯୋଗାଣ କରାଯିବା ସହିତ ଗୃହ ନିର୍ମାଣର ସମୟ ସୀମା କୁ ବୃଦ୍ଧି କରାଯାଉ|
୧୯/ବାରିପଦା ଓ ରାଇରଙ୍ଗପୁର ଆକାଶବାଣୀ କେନ୍ଦ୍ର ଗୁଡିକ ପ୍ରତି ସ୍ୱତନ୍ତ୍ର ନଜର ଦିଆଯାଉ।
୨୦/କେବଳ ୫ଟି ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକରେ ସୁନ୍ଦର କୋଠାବାଡି ନିର୍ମାଣ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରାଯିବା
୨୧/ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ୱବିଦ୍ୟାଳୟ କୁ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ଭାବେ ଗଢିତୋଳିବା ସହିତ ମୟୁରଭଞ୍ଜ ର କୌଣସି ମହାବିଦ୍ୟାଳୟ ଗୁଡିକୁ ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟ ଅଧୀନରେ ରଖା ନ ଯିବା ଏବଂ ବିଶ୍ୱବିଦ୍ୟାଳୟ ରୁ ସଂମ୍ପୂର୍ଣ୍ଣ ଭାବେ ସେଲ୍ଫ ଫାଇନେନସିଂ ବାକ୍ୟ ଟି ଉଛେଦ କରାଯାଉ ଏବଂ ଅନ୍ୟାନ୍ୟ |
୨୨/୨୦୧୨ ମସିହାରେ +୨ କାଉନସିଲ କାର୍ଯ୍ୟାଳୟ ର ଭିତ୍ତିପ୍ରସ୍ତର ଦିଆଯାଇଥିଲା। ୬୦ ଲକ୍ଷ ଟଙ୍କା ଅନୁଦାନ ରାଶି ମଧ୍ଯ ଆସିଥିଲା ମାତ୍ର ଭିତ୍ତିପ୍ରସ୍ତର ସମୟ ରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ବଳକା ଟଙ୍କା ଫେରିଗଲା କି ଚଳୁ ହୋଇଗଲା ତାହା ଏବେ ବିରାଟ ପ୍ରଶ୍ନ। ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରି ସଂପୂର୍ଣ୍ଣ କରାଯାଉ ।
୨୪/ପାଲବଣି ବାଇପାସ୍ ରେ ଗଳା ପୋଲ କରାଯାଉ ଓ ବାଙ୍ଗିରିପୋଷି ବାଇପାସ୍ ରେ ହୋଇଥିବା ଗଳା ପୋଲ କୁ ବଜାର ରାସ୍ତା ସଂଯୋଗ କରାଯାଇ ଦୁର୍ଘଟଣା ରୁ ମୁକ୍ତ କରାଯାଉ ।
୨୫/ପଣ୍ଡିତ ରଘୁନାଥ ମୁର୍ମୁ ଏଵଂ ସମସ୍ତ ଉପଖଣ୍ଡ ରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ର ଉପଯୁକ୍ତ ରକ୍ଷଣା ବେକ୍ଷଣ କରାଯାଉ ।
୨୬/ ବାରିପଦା ରେ ଥିବା ଆୟୁର୍ବେଦିକ ଓ ହୋମିଓପାଥିକ ମେଡ଼ିକାଲ କଲେଜର ପୁନରୁଦ୍ଧାର କରାଯାଉ।
୨୭/ଅଲଚିକି ଭାଷା ର ସମସ୍ତ ଶିକ୍ଷକ ମାନଙ୍କୁ ସ୍ଥାୟୀ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଉ ।

ଯଦି ଆଗାମୀ ୧୫ଦିନ ମଧ୍ୟରେ ଏସବୁ ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ କ୍ଷେତ୍ରରେ ଉଭୟ ସରକାର ଯତ୍ନବାନ ନ ହୁଅନ୍ତି ତେବେ ଉଭୟ ସରକାରଙ୍କ ମୟୁରଭଞ୍ଜ ପ୍ରତି ଅବହେଳା ପ୍ରତିବାଦରେ ଆଗାମୀ ସେପ୍ଟେମ୍ବର ମାସ ୧୩ତାରିଖ ଦିନ ଜିଲ୍ଲା ତମାମ ସକାଳ ୭ ଘଟିକା ରୁ ଦିନ ୨ ଟା ଭିତରେ ପ୍ଲାକାର୍ଡ ଓ ବେନର ଧରି ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଘୋଷଣା କରିଛନ୍ତି |

ଆଜିକାର କାର୍ଯ୍ୟକ୍ରମରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ସହିତ ଜିଲ୍ଲା କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ,ଶୃଙ୍ଖଳାଗତ କମିଟି ଅଧକ୍ଷ ସତ୍ୟସ୍ୱରୂପ ଦାଶ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଜିତେନ୍ଦ୍ର ହେମ୍ବ୍ରମ, ଲାଲ ବାହାଦୁର ମହାନ୍ତି, ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଓବିସି ଶାଖା ସଭାପତି ରାକେଶ ବେହେରା, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ମହିଳା ସଭାନେତ୍ରୀ କନିକା ବୋଷ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ,ଜିଲ୍ଲା ଆଦିବାସୀ ଶାଖା କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ମୁର୍ମୁ,ଜିଲ୍ଲା ଉପସଭାପତି ସନ୍ତୋଷ ଗିରି, ରାକେଶ ମହାନ୍ତି, ମାଇକେଲ ମହାନ୍ତ, ମହମ୍ମଦ ଫିରୋଜ଼,ପ୍ରଶାନ୍ତ ମହାକୁଡ଼,ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର, ଜିଲ୍ଲା ଯୁବଛାତ୍ର ସଂଯୋଜକ ଏସ କେ ରାଜାଖାନ, ଜିଲ୍ଲା ସାଧାରଣ ସମ୍ପାଦକ ଧନଞ୍ଜୟ ସାହୁ, ପାଞ୍ଚପିଢ଼ ଉପଖଣ୍ଡ ଶାଖା ସଭାପତି ଦକ୍ଷିଣା ମହାନ୍ତ, କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି,ପାଞ୍ଚପିଢ଼ ଉପଖଣ୍ଡ ସାଧାରଣ ସମ୍ପାଦକ ଲଷ୍ମୀଧର ନାୟକ, ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସାଧାରଣ ସମ୍ପାଦକ ବିଘ୍ନେଶ୍ୱର ବାସ୍କେ, କପ୍ତିପଦା ଉପଖଣ୍ଡ ଆଦିବାସୀ ଶାଖା ସାଧାରଣ ସମ୍ପାଦକ ସଞ୍ଜୟ ହାଁସଦା, ମୋରଡା ବ୍ଲକ ସଭାପତି ପାରିତୋଷ ବାରିକ,ଛାତ୍ର ସଭାପତି ପ୍ରିତମ ପଣ୍ଡା, ଆଦିବାସୀ ଶାଖା ବାରିପଦା ସହର ସଭାପତି ସିଙ୍ଗରାୟ ହେମ୍ବ୍ରମ,ବାଙ୍ଗିରିପୋଷି ବ୍ଲକ ସଭାପତି ସତ୍ୟ ପ୍ରକାଶ ମହାନ୍ତି, ବାରିପଦା ଉପଖଣ୍ଡ ଉପସଭାପତି ବୀରେନ୍ଦ୍ର ନାଥ,ମୋରଡା ବ୍ଲକ ଆଦିବାସୀ ଶାଖା ସଭାପତି ରାମକୁଣ୍ଡିଆ ମୁର୍ମୁ,ରସଗୋବିନ୍ଦପୁର ବ୍ଲକ ସଭାପତି ପଦ୍ମଲୋଚନ ଦାସ, ଶୁକୃଳି ବ୍ଲକ ସଭାପତି ସୁବାଷ ନାୟକ, ଜାମଦା ବ୍ଲକ ସଭାପତି ଖିଦୁ ମାରାଣ୍ଡି,ଯାମଦା ବ୍ଲକ ସମ୍ପାଦକ ଭାଗବତ ହେମ୍ବ୍ରମ, କୁସୁମୀ ବ୍ଲକ ସଭାପତି କୃଷ୍ଣ ବାସ୍କେ, କୁସୁମୀ ବ୍ଲକ ସମ୍ପାଦକ ରାମଚନ୍ଦ୍ର ମାରାଣ୍ଡି,ରୁପାଲୀ ରୂପନିତା ବେହେରା ପ୍ରମୁଖ ଙ୍କ ସହିତ ବହୁ ଯୁବଛାତ୍ର ସଂଗଠକ ସାମିଲ ଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |