Onn 3

ଉନ୍ନୟନ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

State

ଆଗରପଡ଼ା: ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଗରପଡ଼ା ଅଂଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି । ୫-ଟିରେ ରୂପାନ୍ତରିତ ଆଗରପଡ଼ା ମହିଳା ମହାବିଦ୍ୟାଳୟକୁ ୨୫ଲକ୍ଷ ,ଆଗରପଡ଼ା ମହାବିଦ୍ୟାଳୟ୧କୋଟି ୨୫ ଲକ୍ଷ ଓ ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୯ କୋଟି ୯୦ଲକ୍ଷ ଟଙ୍କାର ଅନୁଦାନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ମଂଜୁର ହୋଇଛି ।

ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ ଦତ୍ତ, ଜିଲ୍ଲା ପରିଷଦ ସଭାପତି ଶ୍ର ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ବିଡ଼ିଓ ପ୍ରଦୀପ ସେଠୀ,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବ୍ଲକ ବିଜେଡ଼ି ଯୁବ ସଭାପତି ସତ୍ୟ ସତ୍ୟସାଧନ ବେଜ,ସରପଞ୍ଚ ପ୍ରକାଶ ବିଶ୍ୱାଳ ପ୍ରମୁଖଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।