Onn 3

ବାରିପଦା ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

State

ବାରିପଦା: ଆଜି ବାରିପଦା ସ୍ଥିତ ଶହୀଦ ସ୍ମୃତି ଭବନ ଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମୟୁରଭଞ୍ଜଙ୍କ ଆନୁକୂଲ୍ୟରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି | କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଓଡ଼ିଶାର ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ସହିତ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭlକାର୍ଯ୍ୟ ର ଶୁଭାରମ୍ଭ କରିଥିଲେ |ପରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାର୍ଣ୍ଡି ନିମନ୍ତ୍ରିତ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ରାମ ଚନ୍ଦ୍ର ସୋରେନ ବିଶ୍ୱ ଆଦିବାସୀ ଦିବସ ପାଳନ ର ଆଭିମୁଖ୍ୟ ବିଷୟରେ ଆଲୋକପାତ କରି କହିଥିଲେ ଯେ ମୟୁରଭଞ୍ଜ ଜିଲ୍ଲା ରେ 2000 ରୁ ଉର୍ଦ୍ଧ ପ୍ରକଳ୍ପ ଦ୍ୱାରା ଆଦିବାସୀଙ୍କ ପୂଜାପୀଠ (ଜାହିରା ) ର ବିକାଶ ସହିତ ସ୍ମଶାନ, ହାଟ, କମ୍ୟୁନିଟି ସେଣ୍ଟର ସଂସ୍କୃତି କେନ୍ଦ୍ର ଏବଂ ଖେଳ ପଡିଆ ଇତ୍ୟାଦି ର ବିକାଶ ସରିଛି ଓ 700 ପ୍ରକଳ୍ପ ର କାର୍ଯ୍ୟ ଚାଲିଛି | ଜିଲ୍ଲlରେ ପରିଷଦ ର 200 ଚମ୍ପିୟାନ ସର୍ଭେ ସହିତ ଉନ୍ନୟନ ପାଇଁ କାର୍ଯ୍ୟ କରୁଛନ୍ତି |

ମୁଖ୍ୟ ଅତିଥି ତା’ଙ୍କ ଅଭିଭାଷଣ ରେ କହିଥିଲେ କି ଆଦିବାସୀ ମାନଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଭିନଵ ପରିକଳ୍ପନା |ଏହି ପରିଷଦ ଗଠନ ଫଳରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଆଦିବାସୀ ଭାଇ ଭଉଣୀ ମାନଙ୍କ ଶିକ୍ଷା,କଳା ସଂସ୍କୃତି, ପରମ୍ପରା ଏବଂ ଜୀବନ ଜୀବିକା ଇତ୍ୟାଦି ରେ ଅଦ୍ଭୁତ ପୂର୍ବ ଉନ୍ନତି ଘଟିଛି ଯଦ୍ୱାରା ସେମାନଙ୍କ ସାମାଜିକ ସ୍ଥିତିରେ ପରିବର୍ତନ ଆସିଛି | ମୁଖ୍ୟ ବକ୍ତା ଓଡିଶା ର ମାନ୍ୟବର ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ଶ୍ରମତୀ ବାସନ୍ତୀ ହେମ୍ବ୍ରମ ଅନୁରୂପ ଭାବେ ତାଙ୍କ ଅଭିଭାଷଣ ରେ ଆଦିବାସୀ ମାନଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ଆଦିବାସୀ ମାନଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆନ୍ତରିକ ସମ୍ବେଦନଶୀଳତାର ପରିଚୟ ଦେଇଥାଏ ବୋଲି ପ୍ରକାଶ କରିବା ସହ ଆଜି ଓଡିଶା ର 23 ଟି ଜିଲ୍ଲାରେ ଏହା କାର୍ଯ୍ୟକରୁଛି | ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ମଧ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ର ଯଥାର୍ଥତା ପ୍ରତିପାଦନ କରିବା ସହ ଆଦିବାସୀ ମାନଙ୍କ ସାମଗ୍ରିକ ଉନ୍ନତି ପାଇଁ ଏହାର କାର୍ଯ୍ୟ ପରିସରର ବିଭିନ୍ନ ଦିଗ ଉପରେ ସୁଚିନ୍ତିତ ମତାମତ ରଖିଥିଲେ |

ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା,ମୋରଡା ବିଧାୟକ ଶ୍ରୀଯୁକ୍ତ ରାଜକିଶୋର ଦାସ ପୂର୍ଵତନ ସାଂସଦ ତଥା ଆଦିବାସୀ ହରିଜନ ଓ ସଂଖ୍ୟା ଲଘୁ ବିକାଶ ବିଭାଗ ର ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ସରୋଜିନୀ ହେମ୍ବ୍ରମ,ଓଡିଶା ବିଧାନ ସଭା ର ପୂର୍ବତନ ଉପ ବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାର୍ଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅଜେନ ମୁର୍ମୁ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଲ ସିଂ ମୋଦି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ ସିଂ ବାଦ୍ରା,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଉପାଧ୍ୟକ୍ଷl ଶ୍ରୀମତୀ କମଳା ତିରିଆ, ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଶ୍ରୀ ସୁବ୍ରମନିୟମ ମହାନ୍ତି, ଜିଲ୍ଲା ଯୋଜନା ବୋର୍ଡ ର ଏକ୍ସପର୍ଟ ସଦସ୍ୟ ଶ୍ରୀ ଜିତେନ୍ଦ୍ର ମହାନ୍ତି ଓ ଶ୍ରୀ ଭାଦବ ହାଁସଦା ପ୍ରମୁଖଙ୍କ ସମେତ ଜିଲ୍ଲା ର ବିଭିନ୍ନ କୋଣ ଅନୁକୋଣ ରୁ ଆସିଥବା ଆଦିବାସୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ |