Onn 3

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ପାର୍

State

ଭୁବନେଶ୍ବର : ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ଶହ ପାର୍ କରିଛି। ଗତକାଲି ସୁଦ୍ଧା ରାଜ୍ୟରେ ୩୦୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏବେ ଧୀରେ ଧୀରେ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଆଗକୁ ଏହି ସଂଖ୍ୟା ଅହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଜୁଲାଇ ମାସ ସୁଦ୍ଧା ରାଜ୍ୟର ୨୦ଟି ଜିଲ୍ଲାକୁ ଡେଙ୍ଗୁ ମାଡ଼ି ସାରିଲାଣି। ବିଶେଷକରି ଖୋର୍ଧା ଜିଲ୍ଲା ଆକ୍ରାନ୍ତଙ୍କ ତାଲିକାରେ ଆଗରେ ରହିଛି। ବର୍ତ୍ତମାନସୁଦ୍ଧା ଖୋର୍ଧାରେ ୧୬୫ ଆକ୍ରାନ୍ତ ବାହାରିଛନ୍ତି। ତହିଁରୁ ଅଧାରୁ ଅଧିକ ରୋଗ କେବଳ ଭୁବନେଶ୍ବରରୁ ରହିଛନ୍ତି। ଖୋର୍ଧା ପରେ ବାଲେଶ୍ବରରେ ୨୪, ପୁରୀ-କଟକରେ ୧୭ ଲେଖାଏ, ଜଗତସିଂହପୁର ୧୩, ଯାଜପୁର ୧୨ ଓ ନୟାଗଡ଼ରୁ ୧୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଗତବର୍ଷ ଏହି ସମୟରେ ଖୋର୍ଧା ଜିଲ୍ଲାକୁ ପଛରେ ପକାଇ ଦେଇଥିଲା କୋରାପୁଟ। ମାତ୍ର ଚଳିତବର୍ଷ କୋରାପୁଟ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ମାତ୍ର ଖୋର୍ଧା ଜିଲ୍ଲା ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ ଲାଗିଛି।

ବିଶେଷଜ୍ଞଙ୍କ ମତରେ ଚଳିତବର୍ଷ ଅଳ୍ପ ବର୍ଷା ହୋଇଥିଲେ ବି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଛି। ପ୍ରବଳ ବର୍ଷା ହେଲେ ସାଧାରଣତଃ ମଶା ଅଣ୍ଡା ଧୋଇ ଯାଇଥାଏ। ମାତ୍ର ଏବେ ଯେଉଁଭଳି ବର୍ଷା ହେଉଛି ତାହା ଏଡିସ ମଶା ଅଣ୍ଡା ଦେବା ପାଇଁ ସୁଯୋଗ ସୃଷ୍ଟି କରୁଛି। ଏହାସହ ଏବେ ବର୍ଷା ଦିନର ଅବଧି ଦୀର୍ଘ ରହୁଥିବାରୁ ଡେଙ୍ଗୁ ରୋଗ ଆସନ୍ତା ନଭେମ୍ବର-ଡିସେମ୍ବର ମାସ ପର୍ଯ୍ୟନ୍ତ ଲମ୍ବିପାରେ। କୌଣସି ଅଞ୍ଚଳକୁ ଡେଙ୍ଗୁ ବ୍ୟାପିବାକୁ ହେଲେ ଏଥିପାଇଁ ବାହାକର ଆବଶ୍ୟକତା ରହିଛି। ଯେହେତୁ ଭୁବନେଶ୍ବରରେ ବହୁ ସଂଖ୍ୟାରେ ଲୋକଙ୍କ ଯିବାଆସିବା ରହିଛି ତେଣୁ ଏଠାରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି।