Onn 3

ବାରିପଦା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

State

ବାରିପଦା: ସ୍ଥାନୀୟ ମୁର୍ଗାବାଡି ଶିବ ମନ୍ଦିର ନିକଟରୁ ବାରିପଦା ବ୍ଲକର ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ଏକ ରାଲି ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବାରିପଦା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚି ଥିଲା I ସଂଘର ଅଧ୍ୟକ୍ଷ ସୋମନାଥ ସିଂହ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଉପଦେଷ୍ଟା ବଳରାମ ନାଥ, ବ୍ଲକ ସଭାପତି ପ୍ରଦୀପ କୁମାର ନାଥ, ସମ୍ପାଦକ ସିଦ୍ଧେଶ୍ୱର ମିଶ୍ର, ଉପସଭାପତି ଭବାନୀ କୁମାର ସିଂହ, ସୁଶୀଲ କୁମାର ପଣ୍ଡା, ଶୁଭେନ୍ଦୁ କୁମାର ବେହେରା, ସହ ସମ୍ପାଦକ ଧନପତି ମିଶ୍ର, ସାଙ୍ଗଠନିକ ସମ୍ପାଦକ ସୌମ୍ୟ ଦାଶ, ଉତ୍ତମ କୁମାର ମହାପାତ୍ର, ସତ୍ୟନାରାୟଣ ବେହେରା ଓ ଦୀପଞ୍ଜଳି ବିଶ୍ୱାଳ ପ୍ରମୁଖ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ଗହଣରେ ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ I

ପ୍ରକାଶ ଥାଉକି ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନର ଆହ୍ୱାନରେ ଜିଲ୍ଲା ଶାଖାର ନିର୍ଦ୍ଦେଶରେ ଏହି ତିନି ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି I ଚଳିତ ମାସ 16 ତାରିଖ ପୂର୍ବରୁ ସରକାର ଦାବୀ ପୂରଣ ପାଇଁ ଉପଯୁକ୍ତ ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ସମସ୍ତ ଶିକ୍ଷକ ସମୂହ ଛୁଟିରେ ଯିବେ ବୋଲି ମତ ପ୍ରକାଶ କରିଛନ୍ତି I