Onn 3

ଫାଇଲେରିଆ ନିରାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ, ସଚେତନତା ସୃଷ୍ଟି ପାଇଁ ଜିଲ୍ଲlପାଳ କଲେ ଔଷଧ ସେବନ

State

ନିର୍ଦ୍ଧାରିତ ବୟସ ଅନୁପାତନୁଯାୟୀ ଉପଯୁକ୍ତ ମାତ୍ରାର ଔଷଧ ସେବନ ପାଇଁ ଦେଲେ ପରାମର୍ଶ

ବାରିପଦା: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ତା’ଙ୍କ କାର୍ଯ୍ୟାଳୟ କକ୍ଷ ରେ ଫାଇଲେରିଆ ନିରାକରଣ ନିମନ୍ତେ ଚଳିତ ଅଗଷ୍ଟ ମାସ 10 ତାରିଖ ରୁ 19 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ସାମୁହିକ ଔଷଧ ସେବନ ଅଭିଯାନକୁ ସଫଳ କରିବା ତଥା ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦେଶ୍ୟ ରେ ପ୍ରଥମେ ନିଜେ ଉକ୍ତ ଔଷଧ କୁ ସେବନ କରିଥିଲେ |

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ତା’ଙ୍କ ସଚେତନତା ବାର୍ତ୍ତା ମାଧ୍ୟମ ରେ ଜଣାଇ ଥିଲେ କି ଓଡ଼ିଶାରେ ଫାଇଲେରିଆ ରୋଗ ପ୍ରବଣ 11 ଟି ଜିଲ୍ଲା ମଧ୍ୟରୁ ଆମ ଜିଲ୍ଲା ଚିହ୍ନିତ ହୋଇଥିବାରୁ 2027 ମସିହା ସୁଦ୍ଧା ଜିଲ୍ଳାକୁ ଫାଇଲେରିଆ ମୁକ୍ତ କରିବା ନିମନ୍ତେ 2021 ମସିହା ରୁ କ୍ରମାଗତ ଭାବେ ରୋଗୀଙ୍କୁ ନିୟମିତ ଔଷଧ ସେବନ ଓ ଅନ୍ୟାନ୍ୟ ଚିକିତ୍ସା ପ୍ରଣାଳୀ ଜରିଆରେ ପ୍ରୟାସ ଜାରିରହିଛ | ଏହି ରୋଗ ର ନିରାକରଣ ପାଇଁ ମୁଖ୍ୟତଃ ଦୁଇଟି ଉପାୟ ଅବଲମ୍ବନ କରାଯାଉଛି | ପ୍ରଥମ ରେ ଗୋଷ୍ଠୀ ରେ ସମସ୍ତଙ୍କ ଠାରୁ ଫାଇଲେରିଆ କୀଟାଣୁ ନଷ୍ଟ କରିବା ନିମନ୍ତେ ସାମୁହିକ ଔଷଧ ସେବନ ଓ ରୋଗୀ ମାନଙ୍କ ଗୋଦର ଗୋଡ଼ ର ଯତ୍ନ ଓ ଅଣ୍ଡ କୋଷ ର ଅସ୍ତ୍ରୋପଚାର |

ଏହି କ୍ରମରେ 2023-24 ମସିହାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହାକି ପରିବାର ର ପ୍ରତ୍ୟେକ ସଦସ୍ୟ ନିର୍ଦ୍ଧାରିତ ହୋଇଥିବା ବୟସ ଓ ଉଚ୍ଚତା ଆଧାରରେ ସେବନ କରିବେ |2 ବର୍ଷରୁ 5 ବର୍ଷ ଶିଶୁମାନେ କେବଳ ଡି |ଇ |ସି | ଓ ଅlଲବେଣ୍ଡାଜଲ ବଟିକା ଖାଇବେ ଏବଂ 6 ବର୍ଷ ରୁ ଉର୍ଦ୍ଧ୍ୱ ସମସ୍ତ ଯୋଗ୍ୟ ବ୍ୟକ୍ତି ଡିଇସି, ଅlଲବେଣ୍ଡାଜଲ ଓ ଆଇଭରମେକଟିନ ବଟିକା ଗୁଡିକୁ ଏକ ସଙ୍ଗରେ ଗୋଟିଏ ମାତ୍ରା ରେ ସେବନ କରିବେ | କେବଳ ଗର୍ଭବତୀ ମହିଳା,2 ବର୍ଷରୁ କମ ଶିଶୁ, ଗୁରୁତର ଅସୁସ୍ଥ ରୋଗୀ ଓ ଏକ ସପ୍ତାହ ମଧ୍ୟରେ ଶିଶୁ ପ୍ରସବ କରିଥିବା ମା’ଙ୍କୁ ଉକ୍ତ ଔଷଧ ଖାଇବା ପାଇଁ ବାରଣ କରାଯାଇଛି | ଉକ୍ତ ଔଷଧ ସରକାର ଙ୍କ ତରଫରୁ ସମ୍ପୂର୍ଣ୍ଣ ଭାବେ ମାଗଣା ରେ ଲୋକ ମାନଙ୍କୁ ଯୋଗାଇ ଦିଆଯାଉଛି ଏବଂ ଜିଲ୍ଲାରେ 32 ଟି କେନ୍ଦ୍ରରେ ଏହି ଔଷଧ ଉପଲବ୍ଧ ହେବାସହ ଶିକ୍ଷlନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ /ଅନୁଷ୍ଠାନ ମାନଙ୍କ ରେ ମଧ୍ୟ୍ୟ ଔଷଧ ସେବନ ବ୍ୟବସ୍ଥା କରାଯାଇଛି |

ଏହା ଛଡା ଘରକୁ ଘର ଯାଇ ମଧ୍ୟ ଏହି ଔଷଧ ସେବନ ପାଇଁ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଇତ୍ୟାଦି ଙ୍କୁ ନିୟୋଜିତ କରାଯାଇଛି |ମୋଟ 29,43,849 ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ସାମୁହିକ ଔଷଧ ସେବନ କରାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି |ଉକ୍ତ ଔଷଧ କୁ ପରିବାର ର ଯୋଗ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟ ରେ ନିୟୋଜିତ ଥିବା ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ସ୍ବେଛାସେବୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ସମ୍ମୁଖରେ ଖାଦ୍ୟ ଖାଇ ସାରିବା ପରେ ସେବନ କରିବେ | ଔଷଧ ସମ୍ପୂର୍ଣ୍ଣ ନିରାପଦ ଏବଂ ଶରୀର ଉପରେ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ | ତେଣୁ ଜିଲ୍ଳାର ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି କୌଣସି ପ୍ରକାର ଭୟଭିତ ନହୋଇ ବିନା ଦ୍ଵିଧା ରେ ଉକ୍ତ ଔଷଧ କୁ ସେବନ କରନ୍ତୁ ଏବଂ ଫାଇଲେରିଆ ନିରାକରଣ ଅଭିଯାନ ରେ ଅଂଶ ଗ୍ରହଣ ପୂର୍ବକ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ କରି ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରାନ୍ତୁ ବୋଲି ଜିଲ୍ଲାପାଳ ମୟୁରଭଞ୍ଜ ବାସୀ ଙ୍କୁ ପରାମର୍ଶ ଦେଇଛନ୍ତି |