Onn 3

କଟକ ରୋଡରେ ଥିବା ଦୀପାଳି ବାର ଲଜର ୨୦୫ ନମ୍ବର ରୁମକୁ ସିଲ କଲା ପୋଲିସ

Crime State

ଭୁବନେଶ୍ବର:  କଟକ ରୋଡରେ ଥିବା ଦୀପାଳି ବାର ଲଜର ୨୦୫ନମ୍ବର ରୁମକୁ ସିଲ କଲା ପୋଲିସ । ଆଜି ଜେରା ହେବେ ଶୁଭଲକ୍ଷ୍ମୀଂକ ପୁରୁଷ ବଂଧୁ ଅନିଲ । ଦୀପାଳି ବାରରେ ଶୁଭଲକ୍ଷ୍ମୀ ସାହୁ ଡେଥ୍ ସସପେନ୍ସ ଉପରୁ କେବେ ହଟିବ ପରଦା ।

ଦିନ ବିତିବା ସହ ରହସ୍ୟ ବଢୁଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଶୁଭଲକ୍ଷ୍ମୀଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ସାଂଘାତିକ ତଥ୍ୟ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି, ମୃତ୍ୟୁ ପୂର୍ବରୁ ନିଶା ସେବନ କରିଥିଲେ ଶୁଭଲକ୍ଷ୍ମୀ । ତାଙ୍କ ମୃତଦେହରୁ ନିଶାଦ୍ରବ୍ୟର ନମୁନା ମିଳିଥିବା କୁହାଯାଉଛି ।

ତେବେ ଏହା ନିଶା ଦ୍ରବ୍ୟ ନା ବିଷ ସ୍ପଷ୍ଟ ହୋଇନାହିଁ । ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା ସୂଚନା ମିଳିଛି । ଏଥିପାଇଁ ଷ୍ଟେଟ୍ ଫୋରେନସିକ୍ ଲାବକୁ ପଠାଯାଇଛି ଶୁଭଲକ୍ଷ୍ମୀଙ୍କ ଭିସେରା ନମୁନା ଓ ପୋଷ୍ଟମର୍ଟମ ରିପୋର୍ଟ । ତେବେ କିଏ ଓ କାହିଁକି ନିଶା ଦେଇଥିଲା ସେନେଇ ତଦନ୍ତ ଚାଲିଛି ।