ଭୁବନେଶ୍ୱର: ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୬ ସପ୍ତାହ ମଧ୍ୟରେ ପୂର୍ବରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ନିଦ୍ଦେର୍ଶ ଦେଇଛନ୍ତି ହାଇକୋର୍ଟ । ମେ ୧୯ ତାରିଖରେ ହାଇକୋର୍ଟ ଦେଇଥିବା ଏହି ରାୟ ୨ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦଶ ରହିଥିଲା । ମାତ୍ର ଏଥିରେ ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଓପିଏସସି ବିରୁଦ୍ଧରେ କିଛି ପରୀକ୍ଷାର୍ଥୀ ଅଦାଲତ ଅବମାନନା ମାମଲା କରିଥିଲେ । ଏହି ମାମଲାର ବିଚାର କରି ସାନି ମେଧା ତାଲିକା ପ୍ରକାଶ କରିବାକୁ ହାଇେକାର୍ଟ ରାୟ ଶୁଣାଇଥିଲେ ।
ସୂଚନାଥାଉ କି, ମେ’ ୧୯ରେ ଏଏସଓ ନିଯୁକ୍ତି ନେଇ ଓପିଏସସିର ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ ହାଇକୋର୍ଟ। ଆଗାମୀ ୨ ମାସ ମଧ୍ୟରେ ସାନି ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ହେଲେ ତାହା ନ କରି ଗତ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବି ଲାଗି ଓପିଏସସି ପକ୍ଷରୁ ପରୀକ୍ଷା କରାଯାଇଥିଲା।