Srew

କାଂକେର ଏନକାଉଣ୍ଟର ଘଟଣା: ୨୯ ମାଓବାଦୀଙ୍କ ଶବ ଚିହ୍ନଟ

State

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଗତ ୧୬ ତାରିଖରେ ପୁଲିସ ଓ ନକ୍ସଲ ଗୁଳିବିନିମୟରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ସେମାନଙ୍କର ଚିହ୍ନଟ ସରିଛି। ସମସ୍ତ ମୃତ ନକ୍ସଲଙ୍କ ନାମରେ ଘୋଷିତ ପୁରସ୍କାର ଟଂକା ଏବଂ ବନ୍ଧୁକର ମୂଲ୍ୟ ହେଉଛି ୧ କୋଟି ୮୫ ଲକ୍ଷ ୫୫ ହଜାର ଟଂକା ବୋଲି ପୁଲିସ କହିଛି।

ପୁଲିସର ରିପୋର୍ଟ ଅନୁଯାୟୀ ଡିବିସି ସଦସ୍ୟ ଶଂକର ରାଓଙ୍କ ଉପରେ ୮ ଲକ୍ଷ ଟଂକା ଥିବାବେଳେ ସେ ଧରୁଥିବା ଏକେ-୪୭ର ମୂଲ୍ୟ ୩ ଲକ୍ଷ ଟଂକା। ସେହିପରି ସଦସ୍ୟା ରୀତା ସଲାମେ ନାମରେ ୫ ଲକ୍ଷ ଓ ହତିଆର ମୂଲ୍ୟ ୧ ଲକ୍ଷ, ବିନୋଦ ଗାବଡେଙ୍କ ନାମରେ ୫ ଲକ୍ଷ ଓ ହତିଆର ମୂଲ୍ୟ ଦେଢ ଲକ୍ଷ, ସୁଖଲାଲ ପଦ୍ଦା ନାମରେ ୫ ଲକ୍ଷ ଓ ହତିଆର ମୂଲ୍ୟ ୩୦ ହଜାର, ରବି ଓରଫ ବଚନୁ ନାମରେ ୧୦ ଲକ୍ଷ, ରମେଶ ଆୟୋମ ନାମରେ ୮ ଲକ୍ଷ, ବଦରୁ ବାଡସେ ନାମରେ ୮ ଲକ୍ଷ ଓ ହତିଆର ମୂଲ୍ୟ ୭୫ ହଜାର, ଅନିତା ଉସେଣ୍ଡି ନାମରେ ୮ ଲକ୍ଷ, ରଜିତା ନାମରେ ୫ ଲକ୍ଷ ଓ ହତିଆର ମୂଲ୍ୟ ୨୦ ହଜାର, ଗୀତା ଉପେଣ୍ଡି ନାମରେ ୫ ଲକ୍ଷ, ସୁରେଖା ଅରଫ ସର୍ମିଲା ନାମରେ ୧ ଲକ୍ଷ, କବିତା ସୋଡି ନାମରେ ୧ ଲକ୍ଷ, ଲୋସନ ଅରଫ କୋଶଲ ନାମରେ ୧ ଲକ୍ଷ ଟଙ୍କା ଥିଲା।

ସେହିପରି କାର୍ତ୍ତିକ ଓରଫ ସୋନୁ ନାମରେ ୧ ଲକ୍ଷ, ସର୍ମିଲା ପଡ଼ିଆମି ନାମରେ ୧ ଲକ୍ଷ, ସଜିଲା ଅରଫ ଇଡମେ ମାଡକାମୀ ନାମରେ ୮ ଲକ୍ଷ, ଗୀତା କର୍ମା ନାମରେ ୮ ଲକ୍ଷ, ଭୁମେ ଓରଫ ସୁନିତା ନାମରେ ୮ ଲକ୍ଷ, ଲାଲୁ ଓରଫ ଅବିନାଶ ନାମରେ ୮ ଲକ୍ଷ, ସଂଜିତା ଓରଫ ସଂତିଲା ନାମରେ ୮ ଲକ୍ଷ, ବଜନାତ ପଦ୍ଦା ନାମରେ ୮ ଲକ୍ଷ, ଜୈନୀ ନାମରେ ୮ ଲକ୍ଷ ଓ ଧରିଥିବା ହତିଆର ମୂଲ୍ୟ ୩୦ ହଜାର, ପିଣ୍ଟୁ ଓରଫ ପିଣ୍ଟୋ ଅୟାମ ନାମରେ ୨ ଲକ୍ଷ, ଜିନୁ ଓରଫ ଗୁଡୁ କରତମ ନାମରେ ୮ ଲକ୍ଷ, ସୁନୀତା ମାଡକାମ ନାମରେ ୮ ଲକ୍ଷ, ସିତାଲ ଓରଫ ସୀତାରାମ ନାମରେ ୮ ଲକ୍ଷ, ରାଜୁ କୁରସମ ନାମରେ ୮ ଲକ୍ଷ, ସିଲା ନାମରେ ୮ ଲକ୍ଷ ଏବଂ ଦେବାଲ ନାମରେ ୮ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା। ତେବେ ମୃତ୍ୟୁବରଣ କରିଥିବା ୨୯ ମାଓବାଦୀ ନାମରେ ମୋଟ ୧ କୋଟି ୭୮ ଲକ୍ଷ ଟଂକା ରହିଥିବା ବେଳେ ସେମାନେ ଧରୁଥିବା ହତିଆରର ମୂଲ୍ୟ ୭ ଲକ୍ଷ ୫୫ ହଜାର ଟଂକା ବୋଲି ଜଣାପଡିଛି।