Onn 3

NCC କ୍ୟାଡେଟଙ୍କୁ ସିନିୟର ଛାତ୍ରଙ୍କ ନିସ୍ତୁକ ମାଡ

National & International

NCC କ୍ୟାଡେଟଙ୍କୁ ସିନିୟର ଛାତ୍ରଙ୍କ ନିସ୍ତୁକ ମାଡ । କାଦୁଅ ମଧ୍ୟରେ NCC କ୍ୟାଡେଟକୁ ନୁଆଇଁ ବାଡିରେ ପିଟୁଛନ୍ତି ଜଣେ ଯୁବକ । ଜଣଙ୍କ ପରେ ଜଣଙ୍କୁ ପିଟୁଛନ୍ତି ଯୁବକ । ମହାରାଷ୍ଟ୍ର ଥାନେ ଜୋଷୀ ବେଦକର କଲେଜରେ ଏପରି ଘଟଣା ସାମ୍ନାକୁ ଆସିଛି ।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ଭୟଭୀତ ହୋଇପଡିଛନ୍ତି । NCC ଟ୍ରେନିଂ ସେକ୍ସନରେ କ୍ୟାଡେଟଙ୍କୁ ଆର୍ମି ଓ ନ୍ୟାଭି ପ୍ରଶିକ୍ଷଣ ଦିଆଯାଏ । ଟ୍ରେନିଂ ସମୟରେ ସାମାନ୍ୟ ଭୁଲ କାରଣରୁ ସିନିୟର ଏପରି ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଲେଜର ପ୍ରିନିସପାଲ ।