F1ulh4bakaeogbk 750x430

ଏନଡିଏ ବୈଠକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ମେଣ୍ଟକୁ କଲେ ଟାର୍ଗେଟ୍

National & International

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଦଳମାନେ ନିଜକୁ ଏକଜୁଟି କରିବା ସହ ଶକ୍ତିପ୍ରଦର୍ଶନ କରିବାରେ ଲାଗିଛନ୍ତି । ମଙ୍ଗଳବାରଦିନ ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କ ବୈଠକ ପରେ ସଂଧ୍ୟାରେ ଦିଲ୍ଲୀରେ ଏନଡିଏର ବୈଠକ ଜାରି ରହିଛି । ଏନଡିଏ ବୈଠକରେ ୩୮ଟି ଦଳ ଯୋଗ ଦେଉଛନ୍ତି । ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି । ମୋଦୀ ପହଞ୍ଚିବା ପରେ ଏନଡିଏର ବୈଠକ ଆରମ୍ଭ ହୋଇଯାଇଛି ଓ ସେ ସେଥିରେ ଅଧ୍ୟକ୍ଷତା କରୁଛନ୍ତି । ଆଉ କିଛି ସମୟ ପରେ ସେ ସହଯୋଗୀ ଦଳମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ବୈଠକକୁ ଆସିବା ପୂର୍ବରୁ ମୋଦୀ କହିଥିଲେ ଯେ ଏନଡିଏ ମେଣ୍ଟ ସମୟର ପରୀକ୍ଷାରେ ସଫଳ ହୋଇଛି ଏବଂ ଜାତୀୟ ପ୍ରଗତିକୁ ଆଗକୁ ବଢ଼ାଇବା ସହ ଆଞ୍ଚଳିକ ଆକାଂକ୍ଷା ପୂରଣ କରିବାକୁ ଚାହୁଁଛି । ବିରୋଧୀ ଦଳଙ୍କ ମେଣ୍ଟକୁ ସମାଲୋଚନା କରି ସେ କହିଛନ୍ତି ଯେ ଏହି ମେଣ୍ଟର ‘ଲେବଲ ଗୋଟାଏ ପ୍ରକାରର କିନ୍ତୁ ଭିତରେ ଜିନିଷ ଅଲଗା’ । ଏହି ମେଣ୍ଟକୁ ସେ ଦୁର୍ନୀତିଗ୍ରସ୍ତଙ୍କ ଏକ ସମାବେଶ ବୋଲି କହିଛନ୍ତି ।
ଏହା ପୂର୍ବରୁ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ସମାବେଶରେ ମେଣ୍ଟର ନାଁକୁ ଇଣ୍ଡିଆ (ଭାରତୀୟ ଜାତୀୟ ଗଣତାନ୍ତ୍ରିକ ସମାବେଶୀ ମେଣ୍ଟ) କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।