Onn 3

ଧନୀ ହେଉଛି ଓଡ଼ିଶା; ତଥାପି ମାଲକାନଗିିରିରେ ଦାରିଦ୍ର୍ୟ ହାର ୪୫%

State

ଧନୀ ହେଉଛି ଓଡ଼ିଶା । ରାଜ୍ୟରେ ଗରିବୀ ହାର କମୁଛି । ୫ବର୍ଷ ଭିତରେ ଆସିଛି ବଡ ପରିବର୍ତ୍ତନ । ୫ବର୍ଷର୍ରେ ଓଡ଼ିଶାରେ ୬୨.୬୨ ଲକ୍ଷ ହୋଇଛନ୍ତି ଦାରିଦ୍ର‌୍ୟମୁକ୍ତ । ଏମିତି ରିପୋର୍ଟ ଦେଇଛି ନୀତି ଆୟୋଗ । ସେତିକୁ ନୁହେଁ, ସାରା ଦେଶରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟମୁକ୍ତ ହୋଇ ପାରିଛନ୍ତି ବୋଲି ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି ।

ନୀତି ଆୟୋଗ ରିପୋର୍ଟ ଅୁନସାରେ, ରାଜ୍ୟରେ ୬୨ ଲକ୍ଷ ୬୨ହଜାର ୮୫୨ ଜଣ ଲୋକ ଦାରିଦ୍ର‌୍ୟମୁକ୍ତ ହୋଇଛନ୍ତି । ୨୦୧୫ରୁ ୨୦୨୦ ମଧ୍ୟରେ ଏହି ସଫଳତା ମିଳିଛି । ମାଲକାନଗିରି ରାଜ୍ୟର ସବୁଠାରୁ ଗରିବ ଜିଲ୍ଲା ହୋଇଥିବାବେଳେ ପୁରୀ ଏହି ତାଲିକାରେ ସବୁଠାରୁ ତଳେ ରହିଛି ।

ନୀତି ଆୟୋଗ ଜାରି କରିଛି ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚୀ:ଏକ ଅଗ୍ରଗତ ସମୀକ୍ଷା ୨୦୨୩’ ରିପୋର୍ଟ ।ଏହି ରିପୋର୍ଟ ଅନୁସାରେ ମାଲକାନଗିରି ଜିଲ୍ଲାରେ ଦାରିଦ୍ର‌୍ୟ ହାର ସର୍ବାଧିକ ୪୫.୦୧ ରହିଥିବାବେଳେ ରାୟଗଡାରେ ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୪୫ ପ୍ରତିଶତ, ନବରଙ୍ଗପୁରରେ ୩୩.୪୫ ପ୍ରତିଶତ, ମୟୂରଭଞ୍ଜରେ ୩୦.୫୭ ପ୍ରତିଶତ ରହିଛି । ସେହିପରି ପୁରୀ, ଜଗତସିଂପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ,ଝାରସୁଗୁଡା, ସୋନପୁର, କେନ୍ଦ୍ରାପଡା, ବଲାଙ୍ଗୀର ଓ ସମ୍ବଲପୁରରେ ଦାରିଦ୍ର‌୍ୟ ହାର୧୦ ପ୍ରତିଶତରୁ କମ ରହିଛି । ଅନ୍ୟ ଜିଲ୍ଲାରେ ଏହି ହାର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିଛି । ପୁରୀରେ ଏହି ହାର ସର୍ବନିମ୍ନ ୩.୨୯ ପ୍ରତିଶତ ରହିଛି ।

ଏହି ରିପୋର୍ଟ ଅନୁସାରେ, ରାଜ୍ୟରେ ଦାରିଦ୍ର‌୍ୟ ହାର୨୯.୩୪ ପ୍ରତିଶତରୁ ୧୫.୮୬ପ୍ରତିଶତକୁ କମିଛି । ଗ୍ରାମୀଣ ଦାରିଦ୍ର‌୍ୟ ହାର ଏହି ସମୟରେ ୩୨.୬୪ ପ୍ରତିଶତରୁ ୧୭.୭୨ ପ୍ରତିଶତକୁ ଖସିଥିବାବେଳେ ସହରାଞ୍ଚଳରେ ଏହି ହାର ୧୨.୩୨ରୁ ୫.୪୨ ପ୍ରତିଶତକୁ ହ୍ରାସ ପାଇଛି ।