Onn 3

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ଡ୍ରାଇଭର ଓ କର୍ମଚାରୀ ଗୁରୁତର

Crime State

 

avvq

ଘଟଗାଁ : ଘଟଗାଁ ଥାନା ପିପିଳିଆ ନିକଟରେ ଆଇରନ୍ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଅତ୍ୟାଧୁନିକ ଓମବାଡିସି ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସଟି ଚୁରମାର ହୋଇଯାଇଛି। ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବିଳମ୍ବିତ ରାତିରେ ଢେଙ୍କିକୋଟ ନିକଟବର୍ତ୍ତି ଏକ ଗାଁରୁ ଜଣେ ରୋଗୀକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଛାଡି କେନ୍ଦୁଝରରୁ ଘଟଗାଁ ଫେରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆମ୍ବୁଲାନ୍ସଟିକୁ ଜବତ କରିବା ସହିତ ତଦନ୍ତ ଚଲାଇଛି ।