Onn 3

ଓଡିଶା ଡ୍ରାଇଭର ମହାସଂଘ ନୂତନ କର୍ମକର୍ତ୍ତା ମନୋନୀତ

State

ବାରିପଦା: ଦେଶର ପ୍ରଗତି ରଥରେ ଡ଼୍ରାଇଭର ମାନଙ୍କ ଭୂମିକା ଅନନ୍ୟ ।ରାତି ଦିନ ପରିବହନ, ସ୍ବାସ୍ଥ୍ୟ,ଗମନା ଗମନ,ପର୍ଯ୍ୟଟନ ,ରୋଗୀ ସେବା, ଶିକ୍ଷା,ବିଦ୍ୟୁତ,ପାନୀୟ ସବୁଠି ଡ଼୍ରାଇଭର ଭାଇମାନଙ୍କ ଆବଶ୍ୟକତା ରହିଛି ।ହେଲେ କି କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ଧାର୍ଯ୍ୟ ଦାବି ପ୍ରତି ଆଖି ବୁଜି ଦେଇଛନ୍ତି ।ଯାହାଫଳରେ ଲକ୍ଷାଧିକ ବାସିନ୍ଦା ଙ୍କ ସାମାଜିକ ଜୀବନ ବିପନ୍ନ । ତେଣୁ ନିଜର ମୌଳିକ ଅଧିକାର ପାଇଁ ଓଡ଼ିଶା ଡ଼୍ରାଇଭର ମହାସଂଘ ଆଜି ରାଜ ରାସ୍ତାରେ । ଆଜି କୁଡୁମୀ ଭବନ ପରିସରରେରେ ଓଡିଶା ଡ୍ରାଇଭର ମହାସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତିକ୍ରମେ ଚଳିତ ବର୍ଷ ପାଇଁ ସଂଘର ନୂତନ ବ୍ଲକ କମିଟୀର କର୍ମକର୍ତ୍ତା ମନୋନୀତ କରାଯାଇଛି | ଏଥିରେ ସଭାପତି ରୂପେ ଅମୂଲ୍ୟ କୁମାର ମହାନ୍ତି, ଉପସଭାପତି ରୂପେ ପିଣ୍ଟୁ ସର୍ଦ୍ଦାର, ସଂପାଦକ ରୂପେ ଅଶ୍ବିନୀ କୁମାର ମହାନ୍ତ, ସହ-ସଂପାଦକ ଭାବେ ପବନ କୁମାର ଗୋପାଲ, କୋଷାଧକ୍ଷ ରୂପେ ଶଙ୍କର ଗିରି ଓ ଉପଦେଷ୍ଟା ଭାବେ ଦିଲ୍ଲୀପ କୁମାର ମହାନ୍ତ ଙ୍କୁ ଚୟନ କରାଯାଇଥିଲା | ଉକ୍ତ ବୈଠକରେ ଓଡିଶା ଡ୍ରାଇଭର ମହାସଂଘ ମୟୂରଭଞ୍ଜ ଜିଲ୍ଲା ସଭାପତି ବିଜୟ କୁମାର ଦାଶ,ସହ-ସଂପାଦକ ଯତିନ୍ଦ୍ରନାଥ ମହାନ୍ତ,କୋଷାଧକ୍ଷ ରାଜକ୍ରିଷ୍ଣା ମହାକୁଡ ସହ ଶୁକୃଳି ବ୍ଲକ ଓଡିଶା ଡ୍ରାଇଭର ମହାସଂଘର ବ୍ଲକ କୋଷାଧକ୍ଷ ସତ୍ୟରଂଜନ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ |

ଉକ୍ତ ବୈଠକରେ ସଂଘ ତରଫରୁ ସମସ୍ତ ଡ୍ରାଇଭର ଭାଇମାନଙ୍କୁ ପରାମର୍ଶ ଦିଆଯାଇଥିଲା – କି ଡ୍ରାଇଭର ଭାଇମାନେ ନିଶା ଠାରୁ ଦୂରରେ ରହୁନ୍ତୁ ଅନ୍ୟତା ଯେଉଁ ଯାତ୍ରୀଗଣ ତାଙ୍କ ଗାଡିରେ ବସିଥିବେ, ତାଙ୍କର ଜୀବନ ବିପଦପୂର୍ଣ୍ଣ ହେବା ସହ ନିଜ ଜୀବନ ଦୁଃବିସହ ହୋଇପଡିବ |ଗ୍ରାହକ ଭଗବାନ ।ସେମାନଙ୍କ ସହ ମିଷ୍ଟ ଓ ଭଦ୍ର ଵ୍ଯବହାର ଦେଖାଇବେ ।ଗରିବ ଗୁରୁବାର ରୋଗୀ ମାନଙ୍କ ପ୍ରତି ମାନବିକତା ଦେଖାଇବେ । ତଦସହ ଡ଼୍ରାଇଭର ଭାଇମାନେ ସାଂପ୍ରତିକ ପରିସ୍ଥିତିରେ ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ସଂପର୍କରେ ଆଲୋଚିତ ହୋଇଥିଲା | ଏଥିରେ ଓଡିଶା ଡ୍ରାଇଭର ମହାସଂଘ ବ୍ଲକ ଓ ମ୍ୟୁନିସିପାଲିଟି ର ସମସ୍ତ ସଦସ୍ୟଗଣ ଯୋଗଦାନ କରିଥିଲେ |ପରେ ନୂତନ କର୍ମକର୍ତ୍ତାମାନଙ୍କୁ ସଂଘ ତରଫରୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରିଥିଲେ ।