Onn 3

ସହିଦ ସ୍ମୃତି ଭବନ ପରିସରରେ ବୃକ୍ଷ ରୋପଣ

State

ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ବୃକ୍ଷ ରୋପଣ କରାଯାଇଛି I ଆଜି ଅପରାହ୍ନରେ ନାଟକ କପଟପାସା ମଞ୍ଚସ୍ଥ ହେବା ଅବସରରେ ପ୍ରଯୋଜିକା ସୁଚରିତା ମହାନ୍ତି, ଉପଦେଷ୍ଟା ସୋମନାଥ ସିଂହ, ଉପ ସଭାପତି ନିରୋଜ କୁମାର ପୋଥାଳଙ୍କ ସମେତ ଟ୍ରଷ୍ଟର ଇନ୍ଦ୍ରଜିତ ମହାନ୍ତ, ମାନସ ବାଗ, ହରିଶ ବେହେରା , ସନତ କୁମାର ଦାସ, ସଞ୍ଜୟ କୁମାର ଜେନା, ଲିଙ୍ଗରାଜ ମହାନ୍ତି, ବିଜୟଲକ୍ଷ୍ମୀ ନାୟକ, ମାନୀ ଗିରି ଓ ଭାସ୍ବତୀ ପଣ୍ଡା ଚାରା ରୋପଣ କରିଥିଲେ I

ସ୍ୱତନ୍ତ୍ର ଅତିଥି ଭାବେ ମାଣିକଲାଲ ପାଣି, ଡ଼ଃ ଶଶୀଧର ବିଶ୍ୱାଳ, ଅସିତ ଦାସ ଓ ଦ୍ଵିଜ କିଶୋର ପରିଡା ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ଆସନ୍ତା ରବିବାର ମଧ୍ୟ ଏହି ପରିସରରେ ଅଧିକରୁ ଅଧିକ ଚାରା ରୋପଣ କରାଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ପୋଥାଳ ପ୍ରକାଶ କରିଛନ୍ତି I