Onn 3

ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର

Crime State

ନୟାଗଡ: ଲାଞ୍ଚ ନେବା ପଡିଲା ମହଙ୍ଗା । ଭିଜିଲାନ୍ସ ଜାଲରେ ପଡ଼ିଲେ ସରକାରୀ ବାବୁ । ନୟାଗଡ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି  ପରିଡା ଭିଜିଲାନ୍ସ ଜାଲରେ ପଡିଛନ୍ତି । ୧୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରା ପଡିଛନ୍ତି ।

ଏକ ବାଲି ବୋଝେଇ ହାଇୱା ଟ୍ରକକୁ ଛାଡି ଦେବା ପାଇଁ ବନମାଳି ପରିଡା ୧୩ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ସଂପୃକ୍ତ ବ୍ୟକ୍ତି ତାଙ୍କୁ ଗତ ୨୪ ତାରିଖ ଦିନ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ ।  ତଥାପି ଅତିରିକ୍ତ ତହସିଲଦାର ଆଉ ୩ ହଜାର ଟଙ୍କା ଦାବି କରିଥିଲେ ।

ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ବଳକା ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟମି ତାଙ୍କୁ ମାଡ଼ି ବସିଥିଲା । ଭିଜିଲାନ୍ସ ଟିମ ତାଙ୍କଠାରୁ ଲାଞ୍ଚ ଟଙ୍କାକୁ ଜବତ କରିଛି ।

ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ତାଙ୍କ ବିରୋଧରେ କେସ ନଂ.19/2023 ରେ ମାମଲା ରୁଜୁ କରିଛି । ତଦନ୍ତ ଜାରି ରହିଛି ।