Onn 3

ଜାତୀୟ ରଗଵି ପ୍ରତିଯୋଗିତାରେ ମୟୁରଭଞ୍ଜ ଦଳ

sports State

ବାରିପଦା: ଦିଲ୍ଲୀର ବସନ୍ତକୁଞ୍ଜ ଠାରେ ଦିଲ୍ଲୀ ହରିକେନ୍ସ ରଗଵି କ୍ଲବ ଓ ଦିଲ୍ଲୀ ରଗଵି ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ରଗଵି ସେଭେନ୍ସ ପ୍ରତିଯୋଗିତା – 2023 ରେ ଅଂଶଗ୍ରହଣ କରିବା ପାଇଁ ଓଡିଶା ତରଫରୁ ମୟୁରଭଞ୍ଜର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ଉଭୟ ପୁରୁଷ ଓ ମହିଳା ଦଳ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି I ପୁରୁଷ ଦଳରେ ଚନ୍ଦନ ସିଂ ( ଅଧିନାୟକ ), ଦୀପକ ବେହେରା, ଲାଖାଇ ଟୁଡୁ, ଗଜେନ୍ଦ୍ର ବାସ୍କେ, ମନୋଜ କୁମାର ସିଂ, କୁଁଅର ହାଁସଦା, ବିର୍ଷାବୀର ମାରାଣ୍ଡି, ସର୍ବେଶ୍ୱର ମୁର୍ମୁ, ପ୍ରକାଶ ଧାରୁଆ, ଅଜିତ ହାଁସଦା, କାନ୍ଦ୍ରା ଟୁଡୁ ଓ ସୁଗୁଦା ମାଝୀ ତଥା କୋଚ ରାଜକିଶୋର ପାତ୍ର ଓ ମ୍ୟାନେଜର ତରଣୀସେନ ନାୟକ ଏବଂ ମହିଳା ଦଳରେ ସନ୍ଧ୍ୟାରାଣୀ ଟୁଡୁ ( ଅଧିନାୟକ ), ସୁନିତା ହାଁସଦା, ସରିତା ମାଝୀ, ସରସ୍ବତୀ ହାଁସଦା, ମାମୁନି ହେମ୍ବ୍ରମ, ଲିଲିମଣୀ ହାଁସଦା, ଜେମାମଣୀ ନାଏକ, ଲିଜା ସର୍ଦ୍ଦାର, ପାର୍ବତୀ ନାଏକ, ସୋନି ମାଣ୍ଡାଙ୍ଗୀ, ଅମିଶା ରାଣୀ ମାଝୀ ଓ ଜ୍ୟୋତ୍ସ୍ନା ଟୁଡୁ ତଥା କୋଚ ନିରଞ୍ଜନ ବିଶ୍ୱାଳ ଓ ମ୍ୟାନେଜର ଦାରାସିଂ ମହାନ୍ତ ପ୍ରମୁଖ ସ୍ଥାନ ପାଇଛନ୍ତି I

ସମସ୍ତ ଖେଳାଳୀଙ୍କୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ଅନୁଷ୍ଠାନର ନିର୍ଦ୍ଦେଶକ ଅମର ସେଠି, ଉପଦେଷ୍ଟା ସୋମନାଥ ସିଂହ ଓ ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ I ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ଜିଲ୍ଲା ପ୍ରଶାସନ, ଡିଭାଇନ ଇଞ୍ଜିନିୟରିଙ୍ଗ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ବିପ୍ଳବ ଭୁଗୁଡେଇ, ସମାଜସେବୀ ଗିରିଶ ଚନ୍ଦ୍ର ଦାସ ଓ ହୃଷିକେଶ ମହାପାତ୍ର ପ୍ରମୁଖ ଅନୁଷ୍ଠାନର ସଫଳତା ପାଇଁ ସହାୟତା ପ୍ରଦାନ କରିଥିବାରୁ ଅନୁଷ୍ଠାନ କୃତଜ୍ଞତା ଜଣାଇଛି I ଚଳିତ ମାସ 30 ତାରିଖରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ I