Onn 3

ପତ୍ନୀ ହନ୍ତା ସ୍ୱାମୀ କୁ ଆଜୀବନ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ଆଜି ଏକ ହତ୍ୟା ମାମଲାର ବିଚାର କରି ଜିଲା ଓ ଦୈାରାଜଜ୍ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ମୟୁରଭଞ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ଖଇରିବଣି ଗ୍ରାମର କୁନୁ ଓରଫ ରାଜାରାମ ହଁସଦା କୁ ଦୋଷୀ ସାବ୍ୟସ୍ତ କରିବା ସାଙ୍ଗକୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଅନୁଯାୟୀ ଆଜୀବନ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । । ମାମଲାର ବିବରଣୀ ରୁ ପ୍ରକାଶ ଯେ ଉକ୍ତ ଥାନା ଅନ୍ତର୍ଗତ ନାରାୟଣ ମୁର୍ମୁ ଙ୍କ ଝିଅ ରୁକୁମଣି ମୁର୍ମୁ ସହିତ ଖଉଇରିବଣି ଗ୍ରାମର ମଧୁସୁଧନ ହାଁସଦା ଙ୍କ ପୁଅ କୁନୁ ଓରଫ ରାଜାରାମ ହଁସଦା ସହିତ ଦଶ ବର୍ଷ ପୁର୍ବେ ବୈଦିକ ରିତୀରେ ବିବାହ ହୋଇଥିଲା ।

ବିବାହ ପରେ ଉଭୟ ଙ୍କ ମଧ୍ୟରେ ପ୍ରାୟ ସମୟରେ ପାରିବାରିକ କଳହ ଲାଗିରହୁଥାଏ । ଗତ ୨୦୧୭ ମସିହା ନଭେମ୍ବର ୧୭ ତାରିଖ ସନ୍ଧ୍ୟା ପାଖାପାଖି ୫.୩୦ ସମୟରେ କୈାଣସି କାରଣରୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେବାରୁ ରାଜାରାମ ହଁସଦା ରୁକୁମଣି ମୁର୍ମୁ କୁ ଏକ ଛୁରୀରେ ଭୁଷି ହତ୍ୟା କରି କୁଆଡେ ଫେରାର ହୋଇଯାଇଥିଲା । ଏହି ସମୟରେ ରାଜାରାମ ର ନାବାଳିକା ଝିଅ ମାୟାବତୀ ମୁର୍ମୁ ଘରେ ଉପସ୍ଥିତଥିଲା । ସିଏ ଭୟରେ ଏ ସବୁ ଦେଖି ଘରୁ ପଳାଇ ଯାଇଥିଲା । ତହିଁ ପରଦିନ ଦିନ ପାଖାପାଖି ୨.୩୦ ଟା ସମୟରେ ଖବରପାଇ ନାରାୟଣ ମୁର୍ମୁ ଝିଅ ଘରକୁ ଯାଇ ଦେଖିବାରୁ ଝିଅ ରୁକୁମଣି ଘର କୋଣରେ ରକ୍ତ ଜୁଡୁବୁଡୁ ହୋଇ ମରି ପଡିରହିଅଛି ।

ଏ ବାବଦରେ ନାରାୟଣ ମୁର୍ମୁ ଙ୍କ ଅଭିଯୋଗକ୍ରମେ ଝାରପୋଖରିଆ ଥାନାରେ କେସ ନମ୍ବର ୧୦୦/୧୮/୧୧-୨୦୧୭ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମୁଦାୟ ୧୯ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ସସ୍ମିତା ମହାପାତ୍ର ପରିଚାଳନା କରିଥିଲେ ।