Onn 3

ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ଇଟାନଗରରୁ ଅଣାଯାଇଛି ହୁଲକ୍ ଗିବନ ଓ ଚିତା ବିରାଡ଼ି

State

ଭୁବନେଶ୍ୱର: ୪୦ ବର୍ଷରେ ନନ୍ଦନକାନକୁ ଆସିଛନ୍ତି ଏକ ହଳ ହୁଲକ୍ ଗିବନ ଓ ଏକ ହଳ ଚିତା ବିରାଡି । ମିଜୋରାମର ଇଟାନଗରରୁ ଏହି ବିରଳ ପ୍ରାଣୀଙ୍କୁ ଅଣାଯାଇଛି । ହୁଲକ୍ ଗିବନ ଓ ଚିତା ବିରାଡିଙ୍କୁ ଅଣିବା ପାଇଁ ବାଘ ସେହିନି ଓ ରକିଙ୍କୁ ତାଙ୍କୁ ଦିଆଯାଇଛି । ଏହି ଦୁଇ ବିରଳ ପ୍ରାଣିଙ୍କୁ ଆଣିବା ପାଇଁ ଗତ ୧୩ ତାରିଖରେ ୬ ଜଣିଆ ଟିକ୍ ଇଟାନଗର ଯାଇଥିଲେ ।

ବାଘ ସେହିନି ଓ ରକି ତାଙ୍କୁ ହସ୍ତାନ୍ତର କରିବା ପରେ ଚୁକ୍ତି ମୁତବାକ ସେଠାରୁ ଏକ ହଳ ହୁଲକ୍ ଗିବନ ଓ ଏକ ହଳ ଚିତା ବିରାଡିକୁ ଅଣାଯାଇଛି । ୪ଟି ପୃଥ ପେଟିରେ ସେମାନଙ୍କୁ ଅଣାଯାଇ ନନ୍ଦନକାନନରେ ଛଡ଼ାଯାଇଛି । ଅଣାଯାଇଥିବା ୪ଟି ଜୀବଙ୍କ ବୟସ ୪ ବର୍ଷ ମଧ୍ୟରେ । ତେବେ ଏହି ବିରଳ ପ୍ରାଣୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ଅଧିକାରୀ ।