ଭୁବନେଶ୍ବର: ଲୋକଙ୍କ ପାଇଁ କାମ କରିବାକୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲି । ଅନେକ ପ୍ରତିଶ୍ରୁତି ଦେଇ ଦଳରେ ସାମିଲ କରାଯାଇଥିଲା । ହେଲେ ଏବେ ଯଦି ତାହା ପୂରଣ ନହେଉଛି, ତେବେ ଦଳରେ କାହିଁକି ରହିବ ? ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଦଳ ଧ୍ବଂସ ହୋଇଯିବ । କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ କଂଗ୍ରେସ ବାହୁଡିବା ପରେ ପରେ ନିଜ ଦଳ ତ୍ୟାଗ ନେଇ କିଛି ଏପରି କହିଛନ୍ତି ବିଜେଡି ନେତା ପ୍ରଫୁଲ ମାଝୀ ।
ଏଥିସହିତ ସୁର କଂଗ୍ରେସ ଫେରିବା କ୍ରମରେ ନିଜେ କଂଗ୍ରେସକୁ ପୁଣି ଫେରିବା ନେଇ ଇସାରା ଦେଇଛନ୍ତି ପ୍ରଫୁଲ । କହିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କଲା । ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ । ଲୋକଙ୍କ କାମ ପାଇଁ କଂଗ୍ରେସ ଛାଡ଼ି ବିଜେଡି ଆସିଥିଲି । ମାତ୍ର ତାହା ଯଦି ହୋଇ ନ ପାରିଲା ଏହି ଦଳରେ କାହିଁକି ରହିବା? ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଧ୍ବଂସ ହୋଇଯିବ । ଏହି ଦଳର ଭବିଷ୍ୟତ କିଛି ନାହିଁ, ଫୋନ୍ କଲେ ଉଠାନ୍ତି ନାହିଁ ।ଭକ୍ତ ଦାସଙ୍କ ପାଖରେ ଦକ୍ଷତା ଅଛି, ଦଳକୁ ପୁର୍ନଜୀବିତ କରିପାରିବେ । ଘରକୁ ଫେରିବି ନ ଫେରିବି ଏବେଠୁ କହିପାରିବି ନାହିଁ ବୋଲି କହି ପରୋକ୍ଷରେ ଇସାରା ଦେଇଛନ୍ତି ପ୍ରଫୁଲ ।