Onn 3

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ତଥା ସୁଲାଇପାଟ ଫାଣ୍ଡି ଅଧିନସ୍ଥ କୁସୁମି ବ୍ଳକର ବଣକାଟି ଗ୍ରାମରେ ଜନୈକା ଯୁବକ ବିଦ୍ୟୁତ ସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସୋମବାର ଦିନ ଅପରାହ୍ନ ୩ ଘଟିକା ସମୟରେ ବଣକାଟି ଗ୍ରାମର ଜହରଲାଲ ମହାନ୍ତ(୪୪) ଘର କାମ କରୁଥିବା ସମୟରେ ଇଲେକ୍ଟ୍ରିକକ ମୋଟର ଦ୍ବାରା ନିଅରୁ ପାଣି ସୁଖାଉଥିବା ସମୟରେ ବିଦ୍ୟୁତ ସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ।ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ଅଣାଯାଇଥିଲା ।

ଡାକ୍ତର ମୃତ ଘୋଷଣା କରିଥିଲେ ‌ଖବର ପାଇ ସୁଲାଇପାଟ ଥାନାଧିକାରୀ ଦିଲିପ ବା ରିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ସହ‌ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୮/୨୩ ରୁଜୁ କରିବା ସହ ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତକର ଛୋଟ ଛୋଟ ଦୁଇଟି ପୁଅ ଝିଅ ଅଛନ୍ତି ।