Onn 3

କୋଭିଡ ମହାମାରୀ ର ଅନାଥ ଓ ବାହାନଗା ରେଳ ଦୁର୍ଘଟଣା ରେ ପିତାଙ୍କୁ ହରାଇଥିବା ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ

State

ବାରିପଦା: ପିତା /ମାତା ହରାଇଥିବା ଅନାଥ ପିଲାମାନଙ୍କ ସହିତ ଜିଲ୍ଲାପାଳଙ୍କ ଵାକ୍ୟାଳାପ ଓ ସମ୍ବେଦନ ଭରା ଭାବ ବିନିମୟ | ବାରିପଦା ତା 25-07-2023 | ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ ସେଣ୍ଟର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ କୋଭିଡ ମହାମାରୀ ଏବଂ ବାହାନଗା ରେଳ ଦୁର୍ଘଟଣା ରେ ପିତାଙ୍କୁ ହରାଇଥିବା ଶିଶୁ ମାନଙ୍କ ସହିତ ଜିଲ୍ଲାପାଳ ଙ୍କ ସମ୍ବେଦନ ଭରା ଵାକ୍ୟାଳାପ ଓ ଭାବ ବିନିମୟ ସମ୍ଭନ୍ଧୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗ ଦେଇ କୋଭିଡ ମହାମାରୀ ସମୟରେ ପିତା/ ମାତା ହରାଇଥିବା 18 ବର୍ଷ ରୁ କମ ବୟସ 5 ଜଣ ଅନାଥ ପିଲା ଏବଂ ବାହାନଗା ରେଳ ଦୁର୍ଘଟଣା ରେ ନିଜ ନିଜ ପିତା ଙ୍କୁ ହରାଇଥିବା 8ଜଣ ଅନାଥ ଶିଶୁ ତଥା ସେମାନଙ୍କ ପରିବାର ବର୍ଗ ଙ୍କ ସହିତ ସମ୍ବେଦନ ଭରା ଭାବ ବିନିମୟ କରିଥିଲେ | ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣା ରେ ପିତା ଙ୍କୁ ହରାଇଥିବା 8 ଜଣଙ୍କୁ ସ୍ୱତନ୍ତ୍ର ସ୍କିମ ରେ ପ୍ରତ୍ୟେକ ହିତାଧିକାରୀ ଙ୍କୁ ସେମାନଙ୍କ ଭରଣ ପୋଷଣ ତଥା ପାଠ ପଢା ବାବଦ ରେ ମାସିକ ଚାରିହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ ଯାହାକି ସେମାନଙ୍କ ବ୍ୟାଙ୍କ ପାଶ ବୁକ ରେ ମାସକୁ ମାସ ସିଧାସଳଖ ଜମା ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ |

ଏହି ଅବସରରେ ଜିଲ୍ଲାପାଳ ପିଲାମାନଙ୍କୁ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିବା ସହିତ ଭବିଷ୍ୟତ ର ଲକ୍ଷ୍ୟ ସମ୍ଭନ୍ଧ ରେ ପିଲାମାନଙ୍କୁ ପଚାରି ବୁଝିଥିଲେ | ଯେଉଁ ସହାୟତା ରାଶି ପ୍ରଦାନ କରାଯାଉଛି ତାର ଯେପରି ପୂର୍ଣ୍ଣ ସଦୁପଯୋଗ ହୁଏ ସେଥିପ୍ରତି ଯତ୍ନବାନ ହେବା ପାଇଁ ପରିବାର ବର୍ଗଙ୍କୁ ପରାମର୍ଶ ଦେଇଥିଲେ |ଯଦି କୌଣସି ପ୍ରକାର ଅସୁବିଧା ପରିସ୍ଥିତି ର ସମ୍ମୁଖୀନ ହୁଅନ୍ତି ତେବେ ତୁରନ୍ତ ପ୍ରଶାସନ କୁ ଅବଗତ କରାଇଲେ ତାହାର ସମାଧାନ ଅଗ୍ରାଧିକାର ଭିତ୍ତରେ କରାଯିବ ବୋଲି ଅନାଥ ପିଲାମାନଙ୍କ ପରିବାର ବର୍ଗ ଙ୍କୁ ଆଶ୍ୱାସନା ଦେଇଥିଲେ |ପ୍ରକାଶ ଥାଉକି କୋଭିଡ ରେ ପିତାମାତା ଙ୍କୁ ହରାଇଥିବା ପିଲା ମାନଙ୍କୁ 10 ଲକ୍ଷ ଟଙ୍କା ପୂର୍ବରୁ ପ୍ରଦାନ କରାଯିବା ସହ ଉକ୍ତ ସ୍ୱତନ୍ତ୍ର ସହାୟତା ରାଶି 4000 ଟଙ୍କା ଓ ଆଶୀର୍ବାଦ ଯୋଜନା ରେ ପ୍ରତ୍ୟେକ ମାସ 2500 ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି ଏବଂ ଏହି ଜମା ରାଶି ର pass book କୁ ଜିଲ୍ଲାପାଳ ଆଜି ସମ୍ପୃକ୍ତ ହିତାଧିକାରୀ ଙ୍କୁ ପ୍ରଦାନ କରିଥିଲେ |ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ |