Onn 3

ଭିଜିଲାନ୍ସ ରାୟ: ସରକାରୀ ଜିନିଷ ବିକ୍ରୀ କରି ଅର୍ଥ ଆତ୍ମସାତ ମାମଲାରେ କରଞ୍ଜିଆ ଉପଜିଲାପାଳ ଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଙ୍କୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime State

ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ଡଃ ପ୍ରସନ୍ନ କୁମାର ପଣ୍ଡା ଏକ ସରକାରୀ ଜିନିଷ ବିକ୍ରୀ କରି ଅର୍ଥ ଆତ୍ମସାତ ମାମଲା ବାଲେଶ୍ୱର ଭିଜିଲାନ୍ସ କେସ ନଂ ୩୮/୩୧-୮-୨୦୧୨ ର ବିଚାର କରି ଅଭିଯୁକ୍ତ ପୂର୍ବତନ ମୟୁରଭଞ ଜିଲା ବିଶୋଇ ବ୍ଲକ ରେ କାର୍ଯ୍ୟରତ ବ୍ଲକ ଡେଭଲାପମେଣ୍ଟ କିରାଣୀ ତଥା ବର୍ତ୍ତମାନ କରଞିଆ ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିବା ମୟୁରଭଞ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥରଖମ୍ବ ଗ୍ରାମର ବିଶେଶ୍ୱର ଗିରି (୪୮) କୁ ଦୋଷୀ ସାବ୍ୟସ୍ତ କରାଯିବା ସହିତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଦୁର୍ନୀତି ନିରୋଧ ଆଇନ ଧାରା ୪୦୯ ଅନୁଯାୟୀ ୫ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୧୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ , ଧାରା ୧୩ (୨) ଅଫ ଦା ପିସି ଆକ୍ଟ ,୪୬୮ଏବଂ ୪୭୭(ଏ) ଆଇପିସି ଅନୁଯାୟୀ ୩ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ମାସ ସଶ୍ରମ କାରାଦଣ୍ଡ ଏବଂ ଧାରା ୪୭୧ ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ।

ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ବିଶେଶ୍ୱର ଗିରି ୧୧-୬-୨୦୦୭ ରୁ ୩୧-୧-୨୦୧୦ ପର୍ଯ୍ୟନ୍ତ ବିଶୋଇ ବ୍ଲକରେ ଥିବା ସମୟରେ ୨୦୦୮-୨୦୦୯ ଏବଂ ୨୦୦୯-୨୦୧୦ ମସିହାରେ ମୟୁରଭଞ ଜିଲା ବିଶୋଇ ବ୍ଲକ ରେ ବ୍ଲକ ଡେଭଲାପମେଣ୍ଟ କିରାଣୀ ଭାବେ କାର୍ଯ୍ୟ କରୁଥିବା ସମୟରେ ବ୍ଲକ କୁ ଆସିଥିବା ବିଭିନ୍ନ କାମ ପାଇଁ ରୋଡ ଏବଂ ସିମେଣ୍ଟ କୁ କାଗଜପତ୍ର ରେ ନକଲି କରି ବିକ୍ରୀ କରି ସମସ୍ତ ଅର୍ଥ କୁ ଆତ୍ମସାତ କରିଥିଲେ । ୨୦୦୮-୨୦୦୯ ମସିହାରେ ସିମେଣ୍ଟ ବିକ୍ରୀ କରି ମୋଟ ୪ ଲକ୍ଷ୧୯ ହଜାର ୪୨୦ ଟଙ୍କା ଏବଂ ୨୦୦୯-୨୦୧୦ ମସିହାରେ ଲୁହା ରୋଡ ବିକ୍ରୀ କରି ମୋଟ ଏକ ଲକ୍ଷ ୮୯ ହଜାର ୬୯୦ ଟଙ୍କା ଆତ୍ମସାତ କରିଥିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରି ପ୍ରମାଣ ମିଲିଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀମାନଙ୍କ ବୟାନ ଓ ଆବଶ୍ୟକୀୟ ପ୍ରମାଣପତ୍ରକୁ ଭିତ୍ତି କରି ଚୁଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି । ରାୟ ପ୍ରକାଶ ପାଇବା ପରେ ବିଶେଶ୍ୱର ଗିରି କୁ ବାରିପଦା ସର୍କଲ ଜେଲ କୁ ପଠାଯାଇଅଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ ।