Onn 3

ହରନରାୟଣ ମିଶ୍ରଙ୍କ ପୁସ୍ତକ “ଶୁଭ୍ରା” ଉନ୍ମୋଚିତ

Religion and Cult

ବାରିପଦା: କବି ହରନାରାୟଣ ମିଶ୍ରଙ୍କ ଲିଖିତ କବିତା ପୁସ୍ତକ “ଶୁଭ୍ରା” ଉନ୍ମୋଚିତ ହୋଇଯାଇଛି । ଅତିଥିଭାବେ ବାରିପଦା ସରକାରୀ ମହିଳା ମହା ବିଦ୍ୟାଳୟର ସହକାରୀ ପ୍ରଫେସର ଡ.ସରୋଜ ନାୟକ, ଏମ.କେ.ସି. ହାଇସ୍କୁଲର ପ୍ରଧାନ ଶିକ୍ଷକ ବାସନ୍ତି ଟୁଡୁ, ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଅମିତାଭ ମିଶ୍ର, ଶିକ୍ଷୟତ୍ରୀ ତଥା କବି କୁଞ୍ଜବାଳା ମହାନ୍ତ ପ୍ରମୁଖ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିବା ସହ କବିଙ୍କର ମହନୀୟ ଉଦ୍ୟମକୁ ପ୍ରଶଂସା କରିଥିଲେ ।

କବି ହରନାରାୟଣ ମିଶ୍ରଙ୍କର ଲିଖିତ ଏହା ୩୭ ତମ ପୁସ୍ତକ ହୋଇଥିବାବେଳେ ଲେଖନୀର ପଦଯାତ୍ରା ସିରିଜର ଏହା ୨୭ ତମ ସଂସ୍କରଣ । ପୁସ୍ତକରେ କବିଙ୍କ ରଚିତ ୩୦ ଟି ଗାଥା କବିତା ସନ୍ନିବେସିତ । ବିଗତ ପୁସ୍ତକ ଭଳି “ଶୁଭ୍ରା” ନିଶ୍ଚିତ ଭାବେ ପାଠକିୟ ସ୍ୱୀକୃତି ଲାଭ କରିବ ବୋଲି ମତ ପ୍ରକାଶ ପାଇଛି ।