Onn 3

ସ୍ୱର୍ଗତ ନରହରି ପାଣିଗ୍ରାହୀ ଙ୍କ ଦ୍ଵାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

State

ବାରିପଦା: ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା, ମୟୁରଭଞ୍ଜ ଶାଖା ଆନୁକୂଲ୍ୟରେ ସ୍ୱର୍ଗତ ନରହରି ପାଣିଗ୍ରାହୀ ଙ୍କ ଦ୍ଵାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ମହାସଭା ର ସ୍ଥାଇ ସଭାପତି ଡାକ୍ତର ମହାଦେବ ଦାଶ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ମହାରାଣୀ ଲଷ୍ମୀକୁମାରୀ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ସଭାରେ ବିଶିଷ୍ଟ ଚିକିତ୍ସକ ତଥା ଗୀତା ବାଣୀ ପ୍ରଚାର ସଙ୍ଘ ର ସଭାପତି ଡାକ୍ତର ପାର୍ଥ ସାରଥୀ ଜେନା ମୁଖ୍ୟ ଅତିଥି ରେ, ବରିଷ୍ଠ ସାମ୍ୱାଦିକ ତଥା ଶିଶୁ ସାହିତ୍ୟର ଗବେଷକ ଏବଂ ସମାଜ ସମ୍ବାଦପତ୍ର ର ଜିଲ୍ଲା ପ୍ରତିନିଧି ଡକ୍ତର ବିଜୟ କୁମାର ଅଗ୍ରୱାଲ ସଂମାନୀତ ଅତିଥି ଏବଂ ମହାସଭା ର ସାଧାରଣ ସମ୍ପାଦକ ତଥା ସାହିତ୍ୟିକ ଭାଗବତ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ. ସଂମାନୀତ ଅତିଥି ଡକ୍ଟର ଅଗ୍ରୱାଲ ଅଭିଭାଷଣ ରେ ସ୍ବର୍ଗତ ନରହରି ପାଣିଗ୍ରାହୀ ଙ୍କ ଜୀବନ ଧାରା, କାଯ୍ୟ ଶୈଳୀ ତଥା ତାଙ୍କ ବ୍ୟାକିତ୍ୱ ସମ୍ପର୍କ ରେ ଅଧିବ୍ୟକ୍ତ ପ୍ରଦାନ ସହିତ ତାଙ୍କ ସହିତ ନିଜର ପାରିବାରିକ ସମ୍ପର୍କ ର ଅବତାରଣା କରିଥିଲେ | ମୁଖ୍ୟ ଅତିଥି ଡାକ୍ତର ଜେନା ଶ୍ରୀମଦ ଭଗବତ ଗୀତା ରୁ ବିଭିନ୍ନ ଶ୍ଳୋକ ର ଉଦ୍ରୁତ କରି ଦିବଂଗତ ପାଣିଗ୍ରାହୀ ଙ୍କ ସରଳ ଓ ନିଷ୍କପଟ ଜୀବନ ଅନ୍ୟ ମାନଙ୍କ ପାଇଁ ଅନୁକରଣନିୟ ବୋଲି କହିଥିଲେ |

ସଭାପତି ଡାକ୍ତର ଦାଶ ମହତ ଲୋକ ମାନଙ୍କ ଆଚାରଣ କୁ ପରବର୍ତୀ ପିଢ଼ି କିପରି ଗ୍ରହଣ କରିଥାଏ ତା ସମ୍ପର୍କରେ ମହାକାବି କାଳିଦାସ ଙ୍କ ଜୀବନୀ ଲେଖା ରୁ କିଛି ତଥ୍ୟ ଉପସ୍ଥାପନ କରିବା ସହିତ ଭାଗବତ ଗୀତା ସମସ୍ତ ଙ୍କୁ ଉତ୍ତମ ମାର୍ଗ ପ୍ରଦର୍ଶନ କରିଥାଏ ବୋଲି କହିଥିଲେ | ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ମନୁଷ୍ୟର ମାତୃ ଗର୍ଭରୁ ଆୟୁ, କର୍ମ, ବିତ୍ତ, ବିଦ୍ୟା, ମୃତ୍ୟୁ ନିଶ୍ଚିତ ହୋଇଥାଏ ଓ ମହାକାଳର ନିୟମ ଅନୁସାରେ ଜୀବ ତାହାକୁ ଭୋଗ କରିବାପରେ ଏ ସଂସାର ପରିତ୍ୟାଗ କରି ଚାଲିଯାଇ ଥାଏ ଓ ଅନ୍ୟ ମାନଙ୍କ ନିକଟରେ ତାର ଯଶ, ଗୁଣାବଳୀ ସବୁଦିନ ତାକୁ ଅମର କରି ରଖେ, ତାହା ଉଲେଖ କରିଥିଲେ| ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ କୁମାର ପାଣିଗ୍ରାହୀ, ଦଳଗୋବିନ୍ଦ ଦାଶ, ଅକ୍ଷୟ କୁମାର ଦାଶ, କବି ବିଷ୍ଣୁ ଶତପଥି, ଛୋଟେଲାଲ ମହାନ୍ତ, ସୁଧୀର ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ବେଳେ ବ୍ରାହ୍ମଣ ମହାସଭା ର ବରିଷ୍ଠ ସଭ୍ୟ ଅଚ୍ୟୁତ ପ୍ରସାଦ ମହାପାତ୍ର, ସନ୍ଧ୍ୟାରାଣୀ ପଣ୍ଡା, ଅଲିକୃଷ୍ଣ ପାଣିଗ୍ରାହୀ, ଅଜିତ ପାଣିଗ୍ରାହୀ, ଭଗବତୀ ଦାଶ, ରିକା ପଣ୍ଡା ପ୍ରମୁଖ ସଭା ପରିଚଳନା କରଥିଲେ, ପରିଶେଷରେ ଆଡ଼ଭୋକେଟ ନରୋତ୍ତମ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିବା ସହିତ ନିଜରପିତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ |