Krushna

‘ପର୍ଯ୍ୟଟନ ଶିଳ୍ପକୁ ଛୁଇଁବ ଡବଲ ଡେକର୍ ବସ୍ ଓ ନୂଆ ମୋ ବସ୍’

State

ଭୁବନେଶ୍ୱର: ପ୍ରାଥମିକ ପର୍ଯ୍ୟାୟରେ ମୋଟ ୫ଟି ବସ୍ ଆସିବାକୁ ଥିବା ବେଳେ, ଶୁକ୍ରବାର ଭୁବନେଶ୍ବରରେ ଦୁଇଟି ଡବଲ ଡେକର ବସ୍ ପହଞ୍ଚିଛି । ଏହି ବସ୍‌ ରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ପ୍ରତିଫଳିତ ରହିଛି । ସେହିପରି ଅତ୍ୟାଧୁନିକ ଡିଜାଇନ୍‌ରେ ୫ଟି ମୋ ବସ ଆସିଥିବା ବେଳେ ଆଉ ୫ଟି ବସ ମଧ୍ୟ ଆସିବ । ପର୍ଯ୍ୟଟନ ଶିଳ୍ପକୁ ଛୁଇଁବ ଏହି ଡବଲ ଡେକର୍ ବସ୍ ଓ ନୂଆ ମୋ ବସ୍ ।

ଜାନୁଆରୀ ୮ରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ଅତିଥିମାନଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାଇ ନେବା ନିମନ୍ତେ ଏହି ବସଗୁଡିକ ବ୍ୟବହାର କରାଯିବ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ନଗର ଉନ୍ନୟନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ପ୍ରବାସୀ ଭାରତୀୟ ଦିବସ ପରେ ବିଭିନ୍ନ ରୁଟ୍‌ରେ ଏହି ବସ୍ ଚଳାଚଳ କରିବ । କ୍ୟାପିଟାଲ ଅର୍ବାନ ରିଜିଅନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଭୁବନେଶ୍ୱର-କଟକ-ପୁରୀରେ ଡବଲ ଡେକର ବସ୍ ଚଳାଇବାକୁ ଯୋଜନା ହୋଇଛି’ ।

ତେବେ ବସର ଆଗ ଭାଗରେ ବଡ଼ କୋଣାର୍କ ଚକ୍ର ରହିଛି। ମଧ୍ଯରେ ଧଉଳି ଶାନ୍ତିସ୍ତୂପ, ଗୋଟିପୁଅ ନୃତ୍ୟ, ଓଡ଼ିଶୀ ନୃତ୍ୟ ରହିଛି । ସେହିପରି ବାଲିଯାତ୍ରା ପଡ଼ିଆ ଗେଟ୍‌ର ଫଟୋ ଏହି ବସରେ ରହିଛି । ସମସ୍ତ ଡବଲ ଡେକର ବସ୍ ବ୍ୟାଟେରୀ ଚାଳିତ ଅଟେ ।