Onn 3

ମସ୍ତିଷ୍କଘାତ ରେ ଚାଷୀଙ୍କ ମୃତ୍ୟୁ

State

ନିଶ୍ଚିନ୍ତକୋଇଲି: ନତକାଇ ପଞ୍ଚାୟତ ବଣୁଆ ସାହିର ବିଶିଷ୍ଟ ଚାଷୀ ପ୍ରଭାସ ଚନ୍ଦ୍ର ରାଉତ (୭୨) ଙ୍କ ମସ୍ତିଷ୍କଘାତ ରେ ମୃତ୍ୟୁ ହୋଇଛି । ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ଜଣେ ବିଶିଷ୍ଟ ଚାଷୀ ଭାବେ ଏ ଅଞ୍ଚଳରେ ସେ ଜଣାଶୁଣା ଥିବା ବେଳେ ବିଭିନ୍ନ ବିଷାକ୍ତ ସରିସୃପ ଜୀବ କାମୁଡ଼ା ଯୋଗୁଁ ସେ ଆର‌୍ୟୁବେଦିକ ଔଷଧ ଦେଇ ଲୋକମାନଙ୍କୁ ଭଲ କରିଥାନ୍ତି । ଏ ଅଞ୍ଚଳରେ ସେ ସମସ୍ତଙ୍କ ର ପ୍ରିୟଭାଜନ ହୋଇଥିଲେ ।

ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇପୁତ୍ର , ପୁତ୍ରବଧୂ , କନ୍ୟା, ଜାମାତା ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ସରପଞ୍ଚ ଜୟଦେବ ରାଉତ , ସନ୍ତୋଷ ରାଉତ, ରମେଶ ଚନ୍ଦ୍ର ସ୍ୱାଇଁ, ବଟକୃଷ୍ଣ ବେହେରା, ପ୍ରଭାତ କୁମାର ପ୍ରଧାନ ଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ଗ୍ରାମ୍ୟ ଶ୍ମଶାନକୁ ନିଆଯାଇ ସେଠାରେ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ମନୋରଂଜନ ରାଉତ ମୁଖାଗ୍ନୀ ଦେଇଥିଲେ ।