Onn 3

ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ

State

ଭୁବନେଶ୍ୱର:ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା ଓଏସ୍‌ଏସ୍‌ସି । ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଛି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଲେ ଓଏସ୍‌ଏସ୍‌ସି ଚେୟାରମ୍ୟାନ୍ ଅଭୟ । ବାଲେଶ୍ୱର ଏସ୍‌ପିଙ୍କ ରିପୋର୍ଟ ଅନୁସାରେ ରଦ୍ଦ ନେଇ ସୂଚନା ପ୍ରଦାନ କରାଯାଇଛି । ସେପ୍ଟେମ୍ବର ୩ରେ ସାନି ପରୀକ୍ଷା ନେଇ ସୂଚନା ଜାରି ହୋଇଛି ।

ସୂଚନା ଅନୁଯାୟୀ, ଜେଇ ମେନ୍ ସିଭିଲ୍ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା ବୋଲି ବାଲେଶ୍ୱର ଏସ୍‌ପି ସାଗରିକା ନାଥ କହିଛନ୍ତି । ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଛି । ଓଏସ୍‌ଏସ୍‌ସି ପକ୍ଷରୁ ସେଦିନ ଜେଇ ସିଭିଲ ମେନ୍ ପରୀକ୍ଷା ଥିଲା। ପରୀକ୍ଷା ପୂର୍ବରୁ ଯେଉଁ ପ୍ରଶ୍ନପତ୍ର ମିଳିଥିଲା ତାହା ମେଳ ଖାଉଛି । ତେଣୁ ଆମେ ଏ ନେଇ ଓଏସ୍‌ଏସ୍‌ସିକୁ ଅବଗତ କରିଛୁ । ଏହି ସମଗ୍ର ଘଟଣାରେ ୯ଜଣ ଗିରଫ ହୋଇଛନ୍ତି । ମାଷ୍ଟରମାଇଣ୍ଡ ଚିହ୍ନଟ ହୋଇଛି । ରାଜ୍ୟ ବାହାରେ ରହିଛି । ତାକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି ବୋଲି ବାଲେଶ୍ୱର ଏସ୍‌ପି ସାଗରିକା ନାଥ କହିଛନ୍ତି । ପିଲାଙ୍କ ଠାରୁ ପ୍ରଶ୍ନପତ୍ର ପାଇଁ ୮ରୁ ୧୦ ଲକ୍ଷ ନେବାକୁ ଚୁକ୍ତି ହୋଇଥିଲା ବୋଲି ସୂଚନା ମିଳିଛି । ଧରାପଡ଼ିଥିବା ରାକେଟ୍ ଅନ୍ୟ ରାଜ୍ୟରେ ମଧ୍ୟ ସମାନ କାର୍ଯ୍ୟ କରୁଥିଲେ ।