Onn 3

ବାଲି ଓଭର ଲୋଡିଙ୍ଗ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କର ନିଘା ନାହିଁ

State

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦୀର୍ଘ ଦିନ ହେଲା ବାଲି ଓଭର ଲୋଡିଙ୍ଗ ଚାଲିଥିବା ବେଳେ ରାଜସ୍ବ ବିଭାଗ ସବୁଜାଣି ଚୁପ ବସିଛି। ଟ୍ରାକ୍ଟର ରେ ଓଭର ଲୋଡିଙ୍ଗ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ପ୍ରକାଶ ଥାଉ କି କାଶୀନଗରରୁ ବାଲି ଟ୍ରାକ୍ଟରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଲି ଓଭର ଲୋଡିଙ୍ଗ ଟ୍ରାକ୍ଟର ଯାତାୟାତ କରୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେବା ସହରବାସୀଙ୍କୁ ଚକିତ କରିଛି।

ସହରରେ ବାଲି ଓଭର ଲୋଡିଙ୍ଗ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜୁ ଥିଲେ ମଧ୍ୟ ସମସ୍ତ ଙ୍କୁ ଚକିତ କରିଛି। ଟ୍ରାକ୍ଟରରେ ତିନି ସେମି ନେବା ଜାଗାରେ ଛଅ ସେମି ନେଉଥିବା ର ଦେଖିବାକୁ ମିଳିଛି।ଏହି ଓଭର ଲୋଡିଙ୍ଗ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଙ୍କର ଦୃଷ୍ଟି ପଡିବ କେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।