Onn 3

ଭିଜିଲାନ୍ସ ରାୟ; ଲାଞ୍ଚ ମାମଲାରେ ସରକାରୀ କର୍ମଚାରୀ ଙ୍କୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ଡଃ ପ୍ରସନ୍ନ କୁମାର ପଣ୍ଡା ଏକ ସରକାରୀ ଅର୍ଥ ଆତ୍ମସାତ ମାମଲା ବାଲେଶ୍ୱର ଭିଜିଲାନ୍ସ କେସ ନଂ ୩/୧୩-୧-୨୦୧୬ ର ବିଚାର କରି ଅଭିଯୁକ୍ତ ମୟୁରଭଞ ଜିଲା ଉଦଳା ଥାନା ଅନ୍ତର୍ଗତ ଓାର୍ଡ ନମ୍ବର ୨ ନାଗପାଳ ଅଞ୍ଚଳର ତଥା ବର୍ତ୍ତମାନ ରାଇରଙ୍ଗପୁର ଥାନା ଅନ୍ତର୍ଗତ ଓାର୍ଡ ନମ୍ବର ୬ ଅଞ୍ଚଳରେ ରେ ରହୁଥିବା ଅରିଜିତ ଜେନା (୪୦) କୁ ଦୋଷୀ ସାବ୍ୟସ୍ତ କରାଯିବା ସହିତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଦୁର୍ନୀତି ନିରୋଧ ଆଇନ ଧାରା ୭ ଅଫ ପିସି ଆକ୍ଟ ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ତିନି ହଜରା ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ଼ କାରାଦଣ୍ଡ ଏବଂ ୧୩(୨) ରିଡ ଉଇଥ ୧୩(୧) (ଡି) ଚାରି ବର୍ଷ ସଶ୍ରମ କାରାଦଣ୍ଡ ସମେତ ଚାରି ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଚାରିମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ କୁଳିଅଣା ସ୍ୱାସ୍ଥ୍ୟକେନ୍ଦ୍ର ରେ ସେହାଗୀ ସୋରାନ ନାମକ ଜଣେ ସ୍ୱାସ୍ଥ୍ୟକର୍ମୀ ଙ୍କ ର ମେଟାରନାଲି ଲିଭ ଏବଂ ଗର୍ଭବତୀ ମହିଳା ଙ୍କୁ ଖାଦ୍ୟ ଯୋଗାଇ ଥିବା ବାବଦରେ ମୋଟ ୩୩,୪୦୦ ଟଙ୍କା ର ବିଲ ପାଶ କରାଇଦେବା ପାଇଁ କୁଳିଅଣା ସ୍ୱାସ୍ଥ୍ୟକେନ୍ଦ୍ର ରେ ବ୍ଲକ ଆକାଉଣ୍ଟ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଅରିଜିତ ଜେନା ଚାରି ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେହାଗୀ ସୋରାନ ଏ ବାବଦରେ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ୧୪-୧-୨୦୧୬ ରିଖରେ ତାଙ୍କ କାର୍ଯ୍ୟାଳୟ ରେ ଦୁଇ ହଜାର ଟଙ୍କା ସେହାଗୀ ସୋରାନ ପାଖରୁ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅରିଜିତ ଜେନା କୁ ଗିରଫ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀମାନଙ୍କ ବୟାନ ଓ ଆବଶ୍ୟକୀୟ ପ୍ରମାଣପତ୍ରକୁ ଭିତ୍ତି କରି ଚୁଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ ।