ଏବେବି ହଜାର ହଜାର ଲୋକେ ସହାୟତା ପାଇଁ ସରକାରୀ ଦପ୍ତରକୁ ଚକ୍କର ଚକର କାଟୁଛନ୍ତି । ଜିଲ୍ଲାରେ ମୋଟ ୭୫୬୮ ଜଣ ହିତାଧିକାରୀ ଜିପିଏସ୍ ଫଟୋ ଏସଆରସିଙ୍କ କାର୍ଯ୍ୟାଳୟ ରେ ଦାଖଲ କରିଛନ୍ତି। ହେଲେ ରାଜ୍ୟ ସରକାର କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରି ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବିରେ ବିପନ୍ନମାନେ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରୀୟାନୁଷ୍ଠାନ କମିଟି ଏବଂ ଓଡିଶା ଜନ ଶକ୍ତିମଞ୍ଚ ନେତୃତରେ ରାଜପଥ ଅବରୋଧ କରିଥିଲେ । ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନର ଚେତାବନୀ ଦେଇଛି ସଂଗଠନ। ୨ ଘଣ୍ଟା ରାସ୍ତା ଅବରୋଧ ପରେ ଜିଲ୍ଲା ପ୍ରଶାସଁନ ଆଲୋଚନା ପାଇଁ ଡାକିଥିବାବେଳେ ଦାବି ପୂରଣ ନକରାଗଲେ ଆଗାମୀ ଦିନରେ ପୁଣିଥରେ ସବୁଦିନ ପାଇଁ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ଫନି ବିପନ୍ନ |