Onn 3

ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଆଦର୍ଶ ବିଦ୍ୟାଳୟ ଗୃହନିର୍ମାଣ କାର୍ଯ୍ୟ ଶେଷ ହେବା କୁ ନେଇ ବହୁ ବିଳମ୍ବ ହେଉଥିବାରୁ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ବର୍ତ୍ତମାନ ଛାତ୍ର ଛାତ୍ରୀମାନେ ପାଠ ପଢିବା ପାଇଁ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏହି ବିଦ୍ୟାଳୟଟି ଅସୁରେଶ୍ୱର ପଞ୍ଚାୟତ କୂଳଗାଁଈଶାଳୋ ରାଜସ୍ୱ ଗ୍ରାମର ଏକ ପଡ଼ିଆରେ ନିର୍ମାଣ କରାଯାଉଛି । ନିର୍ମାଣ କାର୍ଯ୍ୟ ପାଇଁ ଜମି ଚିହ୍ନଟ ପ୍ରକିୟା ସମୟରେ କୂଳଗାଁଇଶାଳୋ ଗ୍ରାମର ତିନୋଟି ୱାର୍ଡ଼ର ଲୋକେ ଏଥିପାଇଁ ବିରୋଧ କରୁଥିଲେ । ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ସେମାନଙ୍କର ସମସ୍ୟା ଦୂର କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ କାର୍ଯ୍ୟ ଆରମ୍ଭ ପାଇଁ ରାଜି ହୋଇଥିଲେ । ଏହି ସମସ୍ୟା ମଧ୍ୟରେ ରାସ୍ତା ନିର୍ମାଣ, ବର୍ଷାଜଳ ନିଷ୍କାସନ ପାଇଁ ଡ଼୍ରେନେଜ ନିର୍ମାଣ ଓ ଗାଈ ଗୋରୁ ଚରିବା ପାଇଁ ଜାଗା ଚିହ୍ନଟ ଅନ୍ତର୍ଭୁକ୍ତ ଥିଲା । ଏହି ତିନୋଟି ସମସ୍ୟା ମଧ୍ୟରୁ ଦୁଇଟି ସମସ୍ୟା ଦୂର କରାଯାଇଥିôବା ବେଳେ ଡ଼୍ରେନେଜ ନିର୍ମାଣ କରାଯାଇନଥିବାରୁ ସେମାନେ ଏହାକୁ ତୁରନ୍ତ କରିବା ପାଇଁ ଅଭିଯୋଗ କରିଥିଲେ ।

କଟକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତଥା ୫ଟିର ନୋଡ଼ାଲ ଅଫିସର ଅମ୍ବର କର ଲୋକମାନଙ୍କ ସମସ୍ୟା ବୁଝିବା ସହିତ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟର ଅଗ୍ରଗତି ପାଇଁ ନିର୍ମାଣ ସ୍ଥଳରେ ପହଞ୍ଚିଥିଲେ । ଆଦର୍ଶ ବିଦ୍ୟାଳୟର ପାଚେରୀ ପାଶ୍ୱର୍ରେ ବର୍ଷା ଜଳ ନିଷ୍କାସନ ପାଇଁ ଏକ ଡ଼୍ରେନେଜ ତିଆରି ପ୍ରସ୍ତୁତି ନକ୍ସାକୁ ଲୋକମାନଙ୍କୁ ଦେଖାଇ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ କହି ତୃତୀୟ ସମସ୍ୟାକୁ ଦୂର କରିଥିଲେ । ଏହାଛଡ଼ା ନିୟମ ଅନୁଯାୟୀ ଫେବୃୟାରୀ ୨୦୨୧ ସୁଦ୍ଧା ଆଦର୍ଶ ବିଦ୍ୟାଳୟ ର ନିର୍ମାଣକାର୍ଯ୍ୟ ଶେଷ କରିବାକୁ ଠିକାଦାର ଚୁକ୍ତି କରିଥିବା ବେଳେ ଇତି ମଧ୍ୟରେ ଅଢେଇବର୍ଷ ବିତିଯାଇଥିଲେ ମଧ୍ୟ ଶେଷ ହୋଇନଥିବାରୁ ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ଉପରେ ପ୍ରକଳ୍ପ ନିର୍ଦ୍ଦେଶକ କ୍ଷୋଭ ପ୍ରକାଶ କରିଥିଲେ ।

ଆସନ୍ତା ନଭେମ୍ବର ସୁଦ୍ଧା ବିଦ୍ୟାଳୟ କାର୍ଯ୍ୟ ଶେଷ କରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସରୋଜ ଗାହାଣ ଓ କନିଷ୍ଠ ଯନ୍ତ୍ରୀ ଉର୍ମି ପ୍ରିୟଦର୍ଶିନୀ ଙ୍କୁ କାର୍ଯ୍ୟ ତଦାରଖ ସହ ଏଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଦୀପାଞ୍ଚ ବିଜେଡ଼ି ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର , ବ୍ଲକ ନିର୍ବାହୀ ଯନ୍ତ୍ରୀ ସତ୍ୟରଂଜନ ପଣ୍ଡା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ, ପୂର୍ତ୍ତବିଭାଗର ଯନ୍ତ୍ରୀ ଅଜୟ କୁମାର ଦାସ ଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।