Onn 3

ମୋକିମ୍ ଓ ଚିରଞ୍ଜୀବଙ୍କ ନିଲମ୍ବନକୁ ବିରୋଧ, କଂଗ୍ରେସ ଭବନ ଆଗରେ ସମର୍ଥକଙ୍କ ଆନ୍ଦୋଳନ

Politics State

ଭୁବନେଶ୍ୱର: ନିଲମ୍ବନକୁ ନେଇ ବଢ଼ୁଛି ଅଡ଼ୁଆ, ବଢ଼ୁଛି ବିବାଦ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏଆଇସିସି ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରିଥିଲା । ଆଉ ନିଲମ୍ବନ ନିଆଁ ଏବେ କର୍ମୀଙ୍କ ମଧ୍ୟରେ ଆକ୍ରୋଶ ହୋଇ ବ୍ୟାପିବାରେ ଲାଗିଛି ।

ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଶୁକ୍ରବାର ଶତାଧିକ ସମର୍ଥକ ଭୁବନେଶ୍ୱର କଂଗ୍ରେସ ଭବନ ଆଗରେ ଏକାଠି ହୋଇଥିଲେ । ଦାବି କରିଥିଲେ ତୁରନ୍ତ ନିଲମ୍ବନ ପ୍ରତ୍ୟାହାର କରାଯାଉ ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ନ ପାରିବା ପରେ ମୋକିମ୍ ଓ ଚିରଞ୍ଜୀବଙ୍କ ସମର୍ଥକ ରାସ୍ତା ଜାମ କରିଥିଲେ । କହିଥିଲେ, ମୋକିମ୍ ଓ ଚିରଞ୍ଜୀବ ଦୁଇ ନେତା କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାକୁ କାମ କରୁଛନ୍ତି । ଯାହା ବି ମନ୍ତବ୍ୟ ଦେଇଛନ୍ତି ଦଳର ଭଲ ପାଇଁ । ଦଳ ନିଲମ୍ବନ ପ୍ରତ୍ୟାହାର ନ କଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି କହିଛନ୍ତି ସମର୍ଥକ ।

ତେବେ ଦଳରେ କୌଣସି ଅସନ୍ତୋଷ ନଥିବା ଏବଂ ନିଲମ୍ବନ ପରେ ପ୍ରତ୍ୟାହାର ନେଇ ମୋକିମ୍ ଓ ଚିରଞ୍ଜୀବଙ୍କ ଠାରୁ କୌଣସି ପତ୍ର ପାଇ ନଥିବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।