Onn 3

ପୁଣି ଝୁଲିଲା ମହାପ୍ରଭୁଙ୍କ ବନକଲାଗି ନୀତି ନିଷ୍ପତ୍ତି

State

ପୁରୀ:ଝାଉଁଳି ଗଲାଣି ମହାପ୍ରଭୁଙ୍କ ଶ୍ରୀମୁଖ । କେବେ ହେବ ଶୃଙ୍ଗାର..କେବେ ଝଲସିଉଠିବ ସେ କଳାବଦନ ? ଏମିତି ଆଶା ଆଉ ଆଶଙ୍କା ଭିତରେ ଥିବା ଭକ୍ତଙ୍କୁ  ଲାଗିଛି ବଡ ଝଟକା । ନିଜ ଜିଦରେ ଅଟଳ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ।  ଅଟକି ରହିଛି ମହାପ୍ରଭୁଙ୍କ ବନକଲାଗି ନୀତି । ଏ ନେଇ ଆଜି ବସିଥିବା ଶ୍ରମନ୍ଦିର ସବକମିଟି ବୈଠକରେ ବି କୌଣସି ନିଷ୍କର୍ସ ବାହାରି ପାରିନି ।  ପୁଣି ଝୁଲି ରହିଛି ମହାପ୍ରଭୁଙ୍କ ବନକଲାଗି ନୀତି ନିଷ୍ପତ୍ତି।

ଆଜି  ବସିଥିଲା ସବକମିଟି ବୈଠକ । ହେଲେ କୌଣସି ନିଷ୍ପତ୍ତି  ବାହାରି ନ ପାରିବାରୁ  ଆସନ୍ତା ଅଗଷ୍ଟ ୧ ତାରିଖ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ପରେ ଆସନ୍ତା ବୁଧବାର ବି ବନକଲାଗି ହେବା ନେଇ   ଅନିଶ୍ଚିତତା ଦେଖା ଦେଇଛି ।   ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ନିଜ ନିଜ ଜିଦରେ ଅଟଳ । ଫଳରେ ପୁଣି ନିରାଶ ହୋଇଛନ୍ତି ଭକ୍ତ। ଆଜି ନୀତି ସବ କମିଟି ବୈଠକରେ ବାମଦେଵ ସଂହିତା ଓ ରେକର୍ଡ୍ସ ଅଫ ରାଇଟସ ଉପରେ ତର୍ଜମା ହୋଇଥିଲା  । ତଥାପି କୌଣସି ନିଷ୍କର୍ସ ବାହାରି ପାରିନଥିଲା ।

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ହେବା ନେଇ ପ୍ରଶାସନ ଜିଦ ଧରିଥିଲା । ଏପରିକି ବୁଧବାର ଏହି ସେବା ନ କଲେ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲା ଶ୍ରୀମନ୍ଦିର ପ୍ରଶାସନ । ହେଲେ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶକୁ ଫୁ କରି ନିଜ ଜିଦରେ ଅଟଳ ଥିଲେ ସେବାୟତ । ବୁଧବାର ବନ୍ଦ ରହିଲା ବନକଲାଗି ନୀତି । ସେବାୟତ ଏହି ନୀତି ଗୁରୁବାର କରିବେ ବୋଲି କହିଥିଲେ । ହେଲେ ତାହା ମଧ୍ୟ ହୋଇ ପାରି ନ ଥିଲା । ଆଜି ବୈଠକରେ ସମାଧାନର ବାଟ ବାହାରିବ ବୋଲି କହିଥିଲା ପ୍ରଶାସନ  । ହେଲେ ତାମଧ୍ୟ ସମ୍ଭବ ହେଲାନି ।

ଅନ୍ୟପକ୍ଷେ  ଅବହେଳା କରିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାନେଇ ସ୍ପଷ୍ଟ କରିନାହାନ୍ତି ମୁଖ୍ୟ ପ୍ରଶାସକ । ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ   କ’ଣ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ । ଆଜିର ବୈଠକରେ ସେ ନିଷ୍ପତ୍ତି ମଧ୍ୟ ନିଆଯାଇ ନାହିଁ । ତେବେ ଆଜି ମୁଖ୍ୟ ପ୍ରଶାସକ ଆସନ୍ତା ପରିଚାଳନା କମିଟି ବୈଠକ ପରେ ଏ ନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି  ।