Onn 3

ଅନନ୍ତକିଶୋର ମହାପୁରୁଷ ପୀଠରେ ଚାରା ରୋପଣ

State

ନିଶ୍ଚିନ୍ତକୋଇଲି: ତରତ ଗ୍ରାମପଞ୍ଚାୟତ ଅଧିନସ୍ଥ ଅନନ୍ତକିଶୋର ମହାପୁରୁଷ ପୀଠରେ ମାଆ ହରଚଣ୍ଡୀ ବରିଷ୍ଠ ନାଗରିକ ମଞ୍ଚ ଏବଂ ଅସୁରେଶ୍ୱର ସୁଭଦ୍ରା ମହତାବ୍ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପୀଠ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯିବା ସହିତ ପରିବେଶ ସୁରକ୍ଷା ଓ ଚାରାରୋପଣର ଆବଶ୍ୟକତା ସଂକ୍ରାନ୍ତରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ବରିଷ୍ଟ ନାଗରିକ ମଂଚର ସଭାପତି ଶରତଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ.ଦିଲ୍ଲୀପ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ମହମ୍ମଦ ସକିଲ, ସମ୍ମାନୀତ ଅତିଥି ଭାବେ ମଂଚର ସଂଯୋଜକ ଧନେଶ୍ୱର ସେଠୀ, ନିରଞ୍ଜନ ପଣ୍ଡା, ଗୋକୁଳାନନ୍ଦ ପଣ୍ଡା, ଅଲେଖଚନ୍ଦ୍ର ଦାସ, ଖଗେଶ୍ୱର ସ୍ୱାଇଁ , ବଟକୃଷ୍ଣ ସ୍ୱାଇଁ, ମୁରଲୀଧର ବଳ, ରମେଶଚନ୍ଦ୍ର ପଣ୍ଡା, ପ୍ରତାପ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ସଫଳ ମାନବଜୀବନ ପାଇଁ ପରିବେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂକ୍ରାନ୍ତରେ ଆଲୋଚନା କରି ଏହାକୁ ସୁରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ପୋଗ୍ରାମ ଅଫିସର ଅଧ୍ୟାପକ ସୁଧୀର କୁମାର ଦାସଙ୍କ ସଂଯୋଜନାରେ ରାୟଗୁରୁ ସୁବାଷଚନ୍ଦ୍ର ମହାପାତ୍ର, ମାନଗୋବିନ୍ଦ ମିଶ୍ର, କୃଷ୍ଣଚନ୍ଦ୍ର ଜେନା, ମନମୋହନ ଦାସ, ବିଜୟ କୁମାର ପରିଡ଼ା ଏବଂ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଚାରାରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।