Onn 3

ଦଶମ ଶ୍ରେଣୀ ମୃତ ଛାତ୍ରଙ୍କ ପରିବାରକୁ ସହାୟତା

State

ନିଶ୍ଚିନ୍ତକୋଇଲି: ଓରତି ପଞ୍ଚାୟତ ଖଣ୍ଡାୟତପଟକିରା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ତଥା ଓରତି ଗ୍ରାମ ଭରତଚନ୍ଦ୍ର ନାୟକଙ୍କ ପୁତ୍ର ପିଙ୍କୁ ନାୟକଙ୍କର ଶରୀର ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଅକାଳ ବିୟୋଗ ଘଟିଛି । ଏହି ଅବସରରେ ମୃତ ଛାତ୍ର ଙ୍କ ସହପାଠୀମାନେ ଆତ୍ମାର ସଦଗତି ନିମନ୍ତେ ଏକ ନୀରବ ପ୍ରାର୍ଥନା ସଭା କରିଥିଲା ବେଳେ ବିଦ୍ୟାଳୟ ପକ୍ଷରୁ ସମ୍ମାନାର୍ଥେ ଗୋଟିଏ ପିରିୟଡ଼ ଶିକ୍ଷାଦାନ ବନ୍ଦ କରାଯାଇଥିଲା ।

ଏହି ଅବସରରେ ସମ୍ପୃକ୍ତ ସହପାଠୀ ଓ ବିଦ୍ୟାଳୟର ଶିକ୍ଷକଙ୍କ ପକ୍ଷରୁ ୧୧ହଜାର ୭୦୦ଟଙ୍କା ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ପ୍ରଧାନଶିକ୍ଷକ ରବୀନ୍ଦ୍ରକୁମାର ପ୍ରଧାନ, ବରିଷ୍ଠ ଶିକ୍ଷକ ରଜନୀକାନ୍ତ ନନ୍ଦ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ, ସରପଞ୍ଚଙ୍କ ପ୍ରତିନିଧି ଚନ୍ଦନ କୁମାର ବେହେରା, ପୂର୍ବତନ ସମିତିସଭ୍ୟ ଚୈତନ୍ୟ ପଣ୍ଡା, ସମାଜସେବୀ ହରିହର ମିଶ୍ର, ଧିରେନ୍ଦ୍ରନାଥ ନାୟକ ପ୍ରମୁଖ ଛାତ୍ରଙ୍କ ବାସଭବନରେ ପହଂଚି ଏହି ଅର୍ଥ ପ୍ରଦାନ କରିଥିଲେ ।