Onn 3

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ର ତଦାରଖ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅସୁରେଶ୍ୱର କ୍ଲଷ୍ଟର ର ଅଧିନସ୍ତ କୁଳସୁକରପଡ଼ା ଉଚ୍ଚବିଦ୍ୟାଳୟ ଏବଂ କେନ୍ଦୁଲୋ ସ୍ଥିତ ବାବା ତାରକ ଚନ୍ଦ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟ କୁ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ଜଗବନ୍ଧୁ ବେହେରା ପରିଦର୍ଶନ କରିଛନ୍ତି । ଏହି ଦୁଇ ବିଦ୍ୟାଳୟରେ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନାରେ ଚାଲିଥିବା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ କୁ ତଦାରଖ କରିବା ସହିତ ବିଦ୍ୟାଳୟ ପାରିପାଶ୍ୱର୍କ ଅବସ୍ଥାକୁ ଅନୁଧ୍ୟାନ କରିଛନ୍ତି । କୁଳସୁକରପଡ଼ା ଉଚ୍ଚ ବିଦ୍ୟାଳୟରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ ବେହେରା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂକ୍ରାନ୍ତ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ଉତ୍ତର ପାଇବା ପରେ ସନ୍ତୋଷ ଲାଭ କରିଛନ୍ତି ।

ଏହି ବିଦ୍ୟାଳୟରେ ପରିମଳ ବ୍ୟବସ୍ଥା ପାଇଁ ପାଇଖାନାର ସମସ୍ୟା ରହିଥିବା ବେଳେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନେ ସଠିକ୍ ଏଥିରେ ଶିକ୍ଷାଗ୍ରହଣ କରିପାରୁନାହାଁନ୍ତି । ସେହିପରି ବାବା ତାରକଚନ୍ଦ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧ମ ରୁ ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ସେମାନଙ୍କ ଉତ୍ତର ସନ୍ତୋଷଜନକ ନଥିବା ଦେଖାଯାଇଥିଲା । ଏହାଛଡ଼ା ଶ୍ରେଣୀଗୃହ ର ପରିବେଶ ସଠିକ୍ ନଥିବା , ଶ୍ରେଣୀରେ ପଡ଼ିଥିବା ଟେବୁଲ ଉପରେ ଗ୍ରାଇଣ୍ଡର ରହିଥିବାବେଳେ ତଳେ ମଧ୍ୟାହ୍ନଭୋଜନ ଚାଉଳ ବସ୍ତା ରଖାଯାଇଥିବା ଦେଖିବାକୁ ମିଳିଥିଲା । ଏଭଳି ବିପଦସଂକୁଳ ଅବସ୍ଥାରେ ଛାତ୍ରଛାତ୍ରୀମାନେ ବସିଥିବାର ଦେଖାଯାଇଥିଲା । ବିଦ୍ୟାଳୟ ପରିଦର୍ଶନ ସମୟରେ ଶ୍ରୀ ବେହେରାଙ୍କ ସହିତ ସିଆରସିସି ଅଲେଖଚନ୍ଦ୍ର ବାରିକ ଉପସ୍ଥିତ ଥିଲେ ।