Onn 3

ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

State

ନିଶ୍ଚିନ୍ତକୋଇଲି: କୋଲଣପୁର ପଞ୍ଚାୟତ କୁଳିଆ ଠାରେ ଥିବା କାଶିପୁର ମୁକ୍ତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପରିବେଶ ଶିକ୍ଷା କେନ୍ଦ୍ର ଓ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶକ୍ତି କ୍ଲବର ସଂଯୋଜକ ସୁଶ୍ରୀ ସଂଗୀତା ମହାପାତ୍ର ଙ୍କ ସଂଯୋଜନାରେ ପ୍ରଥମେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ସାଧାରଣଜ୍ଞାନ, ବକ୍ତୃତା, ପ୍ରବନ୍ଧ,ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ପୂର୍ବାହ୍ନରେ ଛାତ୍ରଛାତ୍ରୀମାନେ ଗ୍ରାମ ପରିକ୍ରମା କରି ଜଳ କୁ ଅପଚୟ ନକରି ସଂରକ୍ଷଣ କରିବା ନିମନ୍ତେ ଜନସଚେତନତା ସୃଷ୍ଟି କରିଥିଲେ । ବରିଷ୍ଠ ଶିକ୍ଷକ ସରୋଜ କୁମାର ପ୍ରଧାନଙ୍କ ପୌରହିତ୍ୟରେ ସଚେତନତା ସଭାରେ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ମିଶ୍ର , ଶିକ୍ଷକ ରମାକାନ୍ତ ରାଉତ, ଶିକ୍ଷୟିତ୍ରୀ ଚିନ୍ମୟୀ ଶୁଭଦର୍ଶିନୀ, ସସ୍ମିତା ପରିଡ଼ା ଉପେନ୍ଦ୍ର ସ୍ୱାଇଁ, ସୁନିତା ପଣ୍ଡା, ସବିତା ଜେନା, ଶୁଭଲକ୍ଷ୍ମୀ ସାମଲ ପ୍ରମୁଖ ଯୋଗ ଦେଇ ଜଳ ସଂରକ୍ଷଣର ବିଭିନ୍ନ ଦିଗ ସଂକ୍ରାନ୍ତରେ ଛାତ୍ର ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ ।