Onn 3

ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ କ୍ଷତବିକ୍ଷତ ମୃତଦେହ ଠାବ, ଦୁ‌ଷ୍କର୍ମ ପରେ ହତ୍ୟା ସନ୍ଦେହ

Crime State

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ମୁଷଳ ନଦୀ କୂଳରେ ଅଚିହ୍ନା ଯୁବତୀଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଯୁବତୀଙ୍କୁ ଦୁ‌ଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ପୁଲିସ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଜି ସକାଳେ ସ୍ଥାନୀୟ ଲୋକେ ମୁଷଳ ନଦୀକୂଳରେ ଯୁବତୀର ମୃତଦେହ ପଡ଼ିଥିବା ନେଇ ପୁଲିସକୁ ଖବର ଦେଇଥିଲେ। ତେବେ ଏଯାଏ ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ।