Onn 3

ଏମ୍.ପି.ସି ସ୍ଵୟଂଶାସିତ କଲେଜର ପରୀକ୍ଷା ଫଳ ନୈରାଶ୍ୟଜନକ

State

ପୁନଃ ମୂଲ୍ୟାଙ୍କନ ପାଇଁ ଜିଲ୍ଲାପାଳଙ୍କୁ ଦାବୀ ଜଣାଇଲେ ଛାତ୍ରଛାତ୍ରୀ

ବାରିପଦା: ଏମପିସି ସ୍ୱୟଂଶାସିତ ମହାବିଦ୍ୟାୟର ଚତୁର୍ଥ ସେମିଷ୍ଟାର ଏବଂ ଷଷ୍ଠ ସେମିଷ୍ଟାର ର ପରୀକ୍ଷା ଫଳ ପୁନଃ ମୂଲ୍ୟାଙ୍କନ କରିବା ଦାବୀରେ ଛାତ୍ରଛାତ୍ରୀମାନେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରୁୁଦ୍ରନାରାୟଣ ମହାନ୍ତିଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଏମ୍ . ପି. ସି ସ୍ୱୟଂଶାସିତ ମହାବିଦ୍ୟାଳୟର ପରୀକ୍ଷା ଫଳ ନୈରାଶ୍ୟଜନକ ହୋଇଛି । ପାସ୍‌ହାର ମାତ୍ର ୫୨ ପ୍ରତିଶତ ରହିଛି । ସାନ୍ତାଳୀ ବିଭାଗରେ ୨୪ରୁ ମାତ୍ର ୩ ପାସ୍‌ । ପରୀକ୍ଷା ଖାତା ଯାଞ୍ଚ କଲାପରେ ଏହା ସ୍ପଷ୍ଟ ହୋଇଛି କି ଅନର୍ସ ପେପର୍ ରେ ପିଲାମାନେ ପାଶ୍ ନମ୍ୱର ରଖିଥିଲେ ହେଁ ଇଲେକ୍ଟିଭ ବିଷୟରେ ଏମାନଙ୍କୁ ଜାଣିଶୁଣି କମ୍ ନମ୍ବର ଦିଆଯାଇଛି । ଅର୍ଥାତ୍ ପିଲାମାନଙ୍କୁ ଇଚ୍ଛାକୃତ ଭାବରେ ଫେଲ କରିବାର ଉଦ୍ଦେଶ୍ୟ ରଖି ଏପରି କରାଯାଇଛି ।

ପିଲାମାନେ କଲେକ୍ଟିଭ୍ ବିଷୟରେ ସଠିକ୍ ଉତ୍ତର ଲେଖିଥିଲେ ହେଁ ସେମାନଙ୍କୁ ଉଚିତ୍ ନମ୍ବର ଦିଆଯାଇନାହିଁ । ଏ ସମ୍ପର୍କରେ ପିଲାମାନେ କଲେଜର ଅଧ୍ୟକ୍ଷ୍ୟଙ୍କୁ ପରୀକ୍ଷା ଖାତର ପୁନଃ ଯାଞ୍ଚ ପାଇଁ ନିବେଦନ କରିଥିଲେ ହେଁ ଅଧ୍ଯକ୍ଷ ମନା କରିଥିଲେ ଓ ଏ ସଂପର୍କରେ ହାଇକୋର୍ଟରେ ମାମଲା ଦାଖଲ ପାଇଁ କହିଥିଲେ । ଅଧ୍ଯକ୍ଷ୍ୟ ମହୋଦୟ ପିଲାମାନଙ୍କର ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ ଦାବୀକୁ ହେୟଜ୍ଞାନ କରିବା ଏହା ସୂଚାଉଅଛି ଯେ ପିଲାମାନଙ୍କୁ ଇଚ୍ଛାକୃତ ଭାବରେ ଫେଲ କରିବା । ଅନ୍ୟପକ୍ଷରେ ସାନ୍ତାଳୀ ବିଭାଗ ପ୍ରତି ଏକ ହତାଦର ମନୋଭାବ ସୃଷ୍ଟି କରିବାର ଉଦ୍ଦେଶ୍ୟ ରଖି ଏପରି କରାଯାଇଛି । ଏଣୁ ଏମପିସି କଲେଜ କର୍ତୃପକ୍ଷଙ୍କର ଏପରି ଉଦ୍ଦେଶ୍ୟ ପ୍ରଣୋଦିତ ଉଦ୍ୟମକୁ ମାସା ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ ଦୃଢ ନିନ୍ଦା କରିଛନ୍ତି ।

ପିଲାମାନଙ୍କର ଦାବୀ ପ୍ରତି ସହାନୁଭୂତିଶୀଳ ହୋଇ ସେମାନଙ୍କର ପରୀକ୍ଷା ଖାତର ପୁନଃ ମୂଲ୍ୟାୟନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦୃଢ ଦାବୀ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ସମୟରେ ମାସା ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ ସମେତ ମାସା ଆର୍ମି ଜିଲ୍ଲା ସାଧାରଣ ସମ୍ପାଦକ ଚୈତନ୍ୟ ହେମ୍ବ୍ରମ୍ ,ସାଲହାଇ ଟୁଡୁ, ଦୀପକ ଗଡସେରା, ସୀମା ସୋରେନ, ସୁନେଲ୍‌ ମୁର୍ମୁ, ରାମଚନ୍ଦ୍ର ହାଁସଦାଃ ଏବଂ ପ୍ରମୁଖ ସାମିଲ୍‌ ଥିଲେ ।