Onn 3

ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ-୧ ତରଫରୁ ମହାରାଜ ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ହେଲ୍ପ ଡେସ୍କ ଉଦଘାଟିତ

State

ବାରିପଦା: ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ-୧ ତାରଫରୁ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ହେବାକୁ ଥିବା ପ୍ରଥମ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଇଣ୍ଟିଗ୍ରେଟେଡ ବିଇଡିରେ ଆଡମିସନ ହେବାକୁ ଥିବା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସାହାଜ୍ଯ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଙ୍କ ଆହ୍ଵାନ ରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସୁନୀଲ କୁମାର ନାୟକଙ୍କ ନେତୃତ୍ଵରେ ହେଲ୍ପ ଡେସ୍କ ଆଜିଠୁ ଖୋଲା ହୋଇଛି ଏବଂ ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ |

ଏହି ହେଲ୍ପ ଡେସ୍କ କୁ ରାଜ୍ୟ ଛାତ୍ର ସମ୍ପାଦକ ଆଶୀର୍ବାଦ ଦାସ, ବିଜୁ ଯୁବ ଜନତା ଦଳ ବାରିପଦା ଟାଉନ ସଭାପତି ସେକ୍ ଅମନ୍ ଉଲ୍ଲା, ବାରିପଦା ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ଆଭାସ ଦେ, ପୂର୍ବତନ ବିଶ୍ୱବିଦ୍ୟାଳୟ ସଭାପତି ସଙ୍କର୍ଷଣ ପଣ୍ଡା, ଜିଲ୍ଳା ଛାତ୍ର ଉପସଭାପତି ଦେବଜିତ ପଟ୍ଟନାୟକ, ଶୁଭଜିତ୍ ପାଣି, ଅକ୍ଷୟ ସିଂ, ସୌମ୍ଯକାନ୍ତ ମିଶ୍ର, ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦକ ତରୁଣ ନାୟକ, ଛାତ୍ର ନେତା ଅନେଶ୍ଵେତା ତ୍ରୀପାଠୀ, ରାହୁଲ୍ ଘଡେଇ, ମହମ୍ମଦ କାଦୀର ଆଲି ଓ ଚିନ୍ମୟ ଦାସ, ଜୟଦୀପ ସାହୁ, ଆଶିଷ ମରିଆଲ, ସତ୍ୟବ୍ରତ ପାଣିଗ୍ରାହୀ, ଆକାଶ ରୋଜକ ପ୍ରମୁଖ ଉପସ୍ଥିତ ସାହାଯ୍ୟ କରିଥିଲେ |