Onn 3

ଶାରଳା ମନ୍ଦିରରେ ଜାରି ହେଲା କଟକଣା, ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ୍ ମନା

Religion and Cult State

ଜଗତସିଂହପୁର: ଜଗତସିଂହପୁର ମା’ ଶାରଳା ମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ନେବା ଉପରେ କଟକଣା ଲାଗିଛି । ମନ୍ଦିରରେ ଶୃଙ୍ଖଳା  ଆଣିବାକୁ ଏହି ନିୟମ ଲାଗୁ କରାଯାଇଛି ।

ନୂଆ ନିୟମ ଅନୁଯାୟୀ, ଶାରଳା ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ ଅବିବାହିତ ରାଉଳ ସେବକ । ଏହା ସହ ବ୍ରତ ହୋଇନଥିବା ପଣ୍ଡା ସେବକଙ୍କୁ ମଧ୍ୟ ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା ଲାଗିଛି । ଏହା ସହ ଶ୍ରଦ୍ଧାଳୁ ସେମାନଙ୍କ ପିଲାମାନଙ୍କୁ ଗର୍ଭଗୃହ ମଧ୍ୟକୁ ନେବା ପାଇଁ ନିଷେଧ କରାଯାଇଛି । ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନିଷେଧ କରଯାଇଛି । ମା’ଙ୍କ ବିଗ୍ରହ ସହ ଫଟୋ ଉଠାଯାଇ ପାରିବ ନାହିଁ । ଏହି ନିୟମକୁ କଠୋର ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ପ୍ରଥମ ଥର ପାଇଁ ୫ ହଜାର ଟଙ୍କା, ଦ୍ୱିତୀୟ ଥର ପାଇଁ ହଜାରେ ଟଙ୍କା ଜରିମାନା ଆଦାୟ କରାଯିବ । ବେଢ ମଧ୍ୟରେ ମୋବାଇଲ ବ୍ୟବହାର ମଧ୍ୟ କଟକଣା ଲାଗିଛି ।