Onn 3

ବିଜେଡି ସହ ହେବ ମୁହାଁମୁହିଁ ଲଢେଇ, ବୈଠକ ପରେ କହିଲେ ଜୟନାରାୟଣ

State

Jayanarayan_Mishra-1-506x430

ଭୁବନେଶ୍ୱର: ବିଜେପି ପଦାଧିକାରୀ ବୈଠକ ଶେଷ ହେବା ପରେ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ୨୦୨୪ ନିର୍ବାଚନ ପାଇଁ ବିଜେପିର ରଣନୀତିକୁ ନେଇ ଜୟନାରାୟଣ କହିଛନ୍ତି, ଜାନୁଆରୀ ୫ ପରେ ସଂଘର୍ଷ ଆରମ୍ଭ ହେବ । କାର୍ଯ୍ୟକର୍ତାଙ୍କ ମଧ୍ୟରେ ଘର ବଂଟନ ହେବ । ଜଣେ ଜଣେ କାର୍ଯ୍ୟକର୍ତାଙ୍କୁ ଗୋଟିଏ ଗୋଟିଏ ଘରର ଦାୟିତ୍ୱ ଦିଆଯିବ । କଂଗ୍ରସ ମୈଦାନରେ ନଥିବାରୁ ୨୦୨୪ରେ ବିଜେଡି ସହ ୱାନ ଟୁ ୱାନ୍ ଫାଇଟ୍ ହେବ । ଓଡ଼ିଶାରେ ବିଜେଡି ସହ ବିଜେପିର କୌଣସି ସମ୍ପର୍କ ନାହିଁ । ଯେହେତୁ କଂଗ୍ରେସ ଏବେ ମୈଦାନରେ ନାହିଁ ତେଣୁ ୫୦% ଭୋଟ ଉପରେ ବିଜେପିର ଫୋକସ ରହିବ ବୋଲି କହିଛନ୍ତି ଜୟନାରାୟଣ । ଏନେଇ ପଦାଧିକାରୀ ବୈଠକରେ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜୟନାରାୟଣ ।
ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବିଜେଡି ସହ କୌଣସି ମେଣ୍ଟ ନାହିଁ । ଯାହା ଦ୍ୱନ୍ଦ୍ୱ ଥିôଲା ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ତାହା ଦୂର କରିଛନ୍ତି । ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଂଟ ଦୂର କରିବାକୁ ବଂଶଲ ଗୁରୁମନ୍ତ୍ରୀ ଦେଇଥିବା ସେ କହିଛନ୍ତି । ତେବେ କୌଣସି ପରିସ୍ଥିତିରେ ବଜେଡି ସହ ସାଲିସ କରିବ ନାହିଁ । ୨୦୨୪ ନିର୍ବାଚନରେ ଜୋରଦାର ଲଢେଇ ହେବ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେଡି ସହ ବିଜେପିର ଲଢେଇ ହେବ ।