Onn 3

ମଦ୍ୟପ ସ୍ଵାମୀ ମାଡ଼ରେ ସ୍ତ୍ରୀ ଗୁରୁତର, ମେଡ଼ିକାଲରେ ଭର୍ତ୍ତି

Crime State

ଆନନ୍ଦପୁର: ମଦ୍ୟପ ସ୍ଵାମୀ ମାଡ଼ରେ ସ୍ତ୍ରୀ ଗୁରୁତର। ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି। କେନ୍ଦୁଝର ଜିଲ୍ଲା ଦଧିବାମନପୁର ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, ଆନନ୍ଦପୁର ଥାନା ଅକରୁଆ ଗାଁରେ ଜଡ଼ା ଜେନାଙ୍କ ଝିଅ ସଜନି ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ବାପ ଘରକୁ ଚାଲିଯାଇଥିଲେ । ବାପଘରେ ଥିବା ସମୟରେ ଦଧିବାମନପୁର ଗାଁରେ ରହୁଥିବା ସ୍ୱାମୀ ନରି ଜେନା ନିଶାସକ୍ତ ଅବସ୍ଥାରେ ଶ୍ୱଶୁର ଘରେ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ନରି ଜେନା ଏକ କାଠ ଫାଳିଆରେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସଜନୀଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ସେପଟେ ଏଭଳି ଏକ କାଣ୍ଡ ଘଟାଇ ସ୍ୱାମୀ ଫେରାର ହେବାକୁ ଉଦ୍ୟମ କରୁଥିବା ଗ୍ରାମବାସୀ ତାଙ୍କୁ ଅଟକ ରଖିଛନ୍ତି ।