Onn 3

“ପ୍ରତିଶ୍ରୁତି”ର ରଥଯାତ୍ରା ବିଶେଷାଙ୍କ ଲୋକାର୍ପିତ

State

ବାରିପଦା: ଦୀର୍ଘ ୪୧ବର୍ଷ ଧରି ମୟୂରଭଞ୍ଜର ବାରିପଦାରୁ ଭାଗବତ ପଣ୍ଡାଙ୍କ ସମ୍ପାଦନାରେ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତି ମୂଳକ ତ୍ରୈମାସିକ ପତ୍ରୀକା “ପ୍ରତିଶ୍ରୁତି”ର ରଥଯାତ୍ରା ବିଶେଷାଙ୍କ ରଥ ଖଳାରେ ପ୍ରତିଶ୍ରୁତି ପ୍ରତିଷ୍ଠାନରେ ସଭାପତି ଡା.ପାର୍ଥସାରଥି ଜେନାଙ୍କ ସଭାପତିତ୍ୱରେ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ମୟୂରଭଞ୍ଜର ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ମୁଖ୍ୟ ଅତିଥି, ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ସମ୍ମାନୀତ ଅତିଥି, ମୁଖ୍ୟ ବକ୍ତା ବାବେ ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଏବଂ ବିଶେଷ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓ ଉପ-ଜିଲ୍ଲାପାଳ ତଥା ବାରିପଦା ଦେବୋତ୍ତର ନିର୍ବାହୀ ଅଧିକାରୀ ଈଶ୍ୱର ଚନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇ ଦୀର୍ଘ ବର୍ଷ ଧରି ଏହି ପତ୍ରିକା କେବଳ ମୟୂରଭଞ୍ଜ ନୁହେଁ ଓଡିଶା ଏବଂ ଓଡିଶା ବାହାରେ ତାର ଗୌରବକୁ ବଜାୟ ରଖିବାରେ ସମର୍ଥ ହୋଇଛି ବୋଲି କହିଥିଲେ ।

ଅଧିକନ୍ତୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ପତ୍ରିକା ପ୍ରତିଶ୍ରୁତି ମାଧ୍ୟମରେ ସାହିତ୍ୟ ଓ ସଂସ୍କୃତି ସମାଜକୁ ସଜାଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁ ବୋଲି ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଏହି ପତ୍ରିକାରେ ଓଡିଶାର ବହୁ ବିଶିଷ୍ଟ ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ବିଦ୍ୱାନ ମାନଙ୍କର ଲେଖା ସ୍ଥାନୀତ ହୋଇଥିବାରୁ ତାହା ପାଠକୀୟ ଆଦୃତି ଲାଭ କରିବ ବୋଲି ମୁଖ୍ୟ ବକ୍ତା ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଉକ୍ତ ରଥଯାତ୍ରାର ସ୍ୱତନ୍ତ୍ର ସଂଖ୍ୟା ଡ.ତୁଳସୀ ଓଝା, ଡ. ଭାସ୍କର ମିଶ୍ର, ଡ.ପୂର୍ଣ୍ଣଚନ୍ଦ୍ର ମିଶ୍ର, ଡ.ମହମ୍ମଦ ଆୟୁବ୍‌. ଡ.ନରେଶ ଚନ୍ଦ୍ର ଦାଶ, ଡ.ହରିହର କାନୁନ୍‌୍‌ଗୋ, ଡା.ପାର୍ଥସାରଥି ଜେନା, ବିଷ୍ଣୁପଦ ସେଠୀ, ଡ.ହରିଶ୍ଚନ୍ଦ୍ର ବେହେରା, କୁନଲତା ତ୍ରିପାଠୀ ପ୍ରମୁଖ ବହୁ ସାରସ୍ୱତ ସାଧକଙ୍କ ରଚନାରେ ସମୃଦ୍ଧ, ଏହି ଲୋର୍କାପଣ କାର୍ଯ୍ୟକ୍ରମର ପରିଶେଷରେ ସମ୍ପାଦକ ଭାଗବତ ପଣ୍ଡା ଉପସ୍ଥିତ ଅତିଥି ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।