Kv Singh Deo In Assembly 750x430 (1)

ବିଧାନସଭାରେ ଓ୍ବାଲଟିୟର ଝଡ, କେଭି କହିଲେ, ‘ଓଡିଶାରୁ ଇଞ୍ଚିଏ ବି ଯିବନି’

State

ଭୁବନେଶ୍ବର: ବିଧାନସଭାରେ ୱାଲଟିଅର ଝଡ । ସମାଲୋଚନା କଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ, ସିଧା ସିଧା ଝାଡି ଦେଲେ ଉପମୁଖ୍ୟମନ୍ତ୍ରୀ । ଓ୍ବାଲଟିଅର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗକୁ ନେଇ କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ । ଇଷ୍ଟ କୋଷ୍ଟ ତିନୋଟି ଡିଭିଜନ ନେଇ ଚାଲିବ । ୟୁପିଏ ସରକାର ସର୍ଦନ ଡିଭିଜନ କରିବାକୁ ଚାହୁଁଥିଲେ । ସେତେବେଳେ ଆପଣଙ୍କ ବିଜେଡି ସାଂସଦମାନେ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି କେଭି । ଏଥିସହିତ ସେ ଏହା ବି କହିଛନ୍ତି, ଏନେଇ ବିଜେପି ସାଂସଦମାନେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି । ଓଡିଶା ରେଲଓ୍ବେର ଇଷ୍ଟ କୋଷ୍ଟ ଡିଭିଜନ ଅନ୍ୟ ରାଜ୍ୟକୁ ନଯିବା ନେଇ ସେ ସ୍ପଷ୍ଟ କରିଛନ୍ତି ।

ତେବେ ଆଜି ଗୃହରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ବାଇଁ କହିଥିଲେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୂର୍ବତଟ ରେଳପଥ ହୋଇଥିଲା। ଆମକୁ ଲଜ୍ଜା ଲାଗୁଚି, ଆମେ ରେଳ ମନ୍ତ୍ରୀଙ୍କୁ ଭୋଟ ଦେଇ ଦିଲ୍ଲୀ ପଠାଇଛୁ । ଆମେ ଜାଣିଛୁ ତାଙ୍କର ଓଡ଼ିଶା ପ୍ରତି ପ୍ରୀତି ନାହିଁ । ୱାଲଟିଅର ଡିଭିଜନକୁ ଯଦି ସାଉଥ ସେଣ୍ଟ୍ରାଲ ରେଲୱେ, ବିଶାଖାପାଟଣା ସହିତ ମିଶାଇ ଦିଆଯାଏ, ତେବେ ଓଡ଼ିଶାର ୨୦ ହଜାର କୋଟି ଟଙ୍କାର ରାଜସ୍ବ ହାନି ହେବ ବୋଲି ମତ ରଖିଥିଲେ ରଣେନ୍ଦ୍ର ସ୍ବାଇଁ ।