Onn 3

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

State

ପୁରୀ: ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । କାଲି ପୂର୍ବାହ୍ନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।

ମହାପ୍ରଭୁଙ୍କ ବନକ ଲାଗି ନୀତି ମୁଖ୍ୟ ପ୍ରସଙ୍ଗ ରହିବ । ନୀଳାଦ୍ରି ବିଜେ ପରଠୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନାହିଁ । ଏହାସହ ଶ୍ରୀମନ୍ଦିର ସେବାୟତଙ୍କ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୁଳ, ସେବାୟତ ଆବାସ ଯୋଜନା, ଶ୍ରୀମନ୍ଦିର ବଜେଟ ଓ ଜମିଜମା ବିକ୍ରୀ ସମ୍ପର୍କରେ ବୈଠକରେ ଆଲୋଚନା ହୋଇପାରେ |