Onn 3

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ, ନିର୍ମାଣ ନସରୁଣୁ ସୁଚନା ଫଳକ ଗଳିପଡ଼ିଲାଣି

State

ଆଗରପଡ଼ା:ସରକାର ଗ୍ରାମାଚଂଳରେ ବସବାସ କରୁଥିବା ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିୟୋଜିତ ଠିକାଦାରଙ୍କ ମନମୁ୍‌ଖି କାର୍ଯ୍ୟ ଯେ।।ଗୁଁ ଏଥିରେ କୌଣସି ସଫଳକା ମିଳି ପାରୁନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବରପଦା-କାଣ୍ଡବା ପିଡ଼ବ୍ଳୁଡ଼ି ରାସ୍ତା ଠାରୁ ପିଡ଼ବ୍ଳୁଡ଼ି ରାସ୍ତା ପାନବଦୀ ଛକ ପର୍ଯ୍ୟନ୍ତ ଲମ୍ବିଥିବା ୬.୧୦୦କି.ମି ରାସ୍ତା ଠାରେ । ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟ ଆରମ୍ଭ ସ୍ଥାନରେ ବିଭାଗ ତରଫରୁ ଲାଗିଥିବା ସୂଚନା ଫଳକ ରାସ୍ତାରେ ଗଳି ପଡ଼ିଥିବା ଦେଖିବାକୁ ମିଳିଛି । ଏଥିରୁ ରାସ୍ତା ନିର୍ମାଣର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ;ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୧ ଡ଼ିସେମ୍ବର ମାସ ୧ ତାରିଖରୁ ଆରମ୍ଭ ହୋଇ ୨୦୨୨ ଅକ୍ଟୋବର ୩୧ ତାରିଖରେ ଶେଷ ହେବା କଥା କିନ୍ତୁ ବିଡ଼ମ୍ବନାର ବିଷୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରିନଥିଲା । ଯଦ୍ୱାରା ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ ।

ପ୍ରଥମେ ଉକ୍ତ ରାସ୍ତା ମୋରମ ଓ ମେଟାଲ ରାସ୍ତାରେ ନିର୍ମାଣ ହୋଇ ପରେ ପିଚୁ ରାସ୍ତାରେ ପରିଣତ ହୋଇଥିଲା । ଉକ୍ତ ରାସ୍ତା ସରମରା, ଗୋହିରା,ଟିଲୋ, ଦେବତାଗଡ଼ିଆ, ତୋଟାସାହି, ମଙ୍ଗୁଲି, ଓଡ଼ଙ୍ଗ,ବୋଡ଼କପାଟଣା,ବୋଡ଼କମହାଜୀବୀ ଆଦି ବିଭିନ୍ନ ସ୍ଥାନକୁ ସଂଯୋଗ କରିଥିବାରୁ ଏହା ଉପରେ ନିର୍ଭର କରୁଥିବା ଉପରୋକ୍ତ ଗ୍ରାମର ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ମରାମତି ଅଭାବରୁ ଅଧିକାଂଶ ସ୍ଥାନରେ ରାସ୍ତାଉପରୁ ପିଚୁ ଉଠିବା ସହିତ ଅନେକ ସ୍ଥାନରୁ ରାସ୍ତା ଉପରୁ ମେଟାଲ ଉଠିଯାଇ ଖାଲଖମାରେ ପରିଣତ ହୋଇଥିବାରୁ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ରାତି ସମୟରେ ସୃଷ୍ଟି ହୋଇଥିବା ଗର୍ତରେ ପଡ଼ି ଖଣ୍ଡିଆ ଖାବରା ମଧ୍ୟ ହେଉଥିଲେ । ସହର ସମେତ ଗାଁ କୁ ଗାଁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟିକୋଟି ଟଙ୍କା ଅର୍ଥ ଆସୁଥିଲେ ସୁଦ୍ଧା ନିର୍ଦ୍ଦାରିତ ସମୟରେ ଉକ୍ତ ଅର୍ଥର ବିନିଯୋଗ ନହେବାରୁ ଏହା ଏକ ପ୍ରହସନରେ ପରିଣତ ହେଉଛି ।

ତେଣୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ସହ ଏହାର ସ୍ଥାୟିତ୍ୱ ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଥିଲା । ସମୟ ସୀମା ସରିବାର ୪ମାସ ପରେ ଆରମ୍ଭ ହୋଇଥିଲା ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ । ବର୍ତ୍ତମାନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ କାର୍ଯ୍ୟ ଆରମ୍ଭ ସ୍ଥାନରେ ବିଭାଗ ତରଫରୁ ଲାଗିଥିବା ସୂଚନା ଫଳକ ରାସ୍ତାରେ ଗଳି ପଡ଼ିଥିବା ଦେଖିବାକୁ ମିଳିଛି । ଏଥିରୁ ରାସ୍ତା ନିର୍ମାଣର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ସହ ଏହାର ସ୍ଥାୟିତ୍ୱ ପ୍ରତି ଦୃଷ୍ଟି ଦେବା ସହ ସୂଚନା ଫଳକକୁ ଠିକ୍ କରିବା ପାଇଁ ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।