Onn 3

କେ ଡି ପି ଆନୁକୂଲ୍ୟରେ ରକ୍ତଦାନ ଶିବିର

State

ବାରିପଦା: ବାରିପଦାର ପ୍ରତିଷ୍ଠିତ କାଳୁରାମ ଦୁର୍ଗା ପ୍ରସାଦ ସୋ ରୁମ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି ଶିବିରକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବା ଅମର କୁମାର ସେଠି, ଡ଼ଃ ନିରୋଜ କୁମାର ପୋଥାଳ, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ମନୀଷ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ଥିଲେ I 15 ଜଣ ମହିଳା ସମେତ ମୋଟ 79 ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ବାରିପଦା କେନ୍ଦ୍ର ରକ୍ତ ଭଣ୍ଡାରର ଅଧିକାରୀ ଡ଼ଃ ସୌମ୍ୟ ରଞ୍ଜନ ନାୟକଙ୍କ ନେତୃତ୍ୱରେ ପୁଣ୍ଡାରୀକାକ୍ଷ ଦାସ, ରୁଚିକା ଖୁରାନା, ନବ ପଲେଇ ଓ କରୁଣାକର ଜେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ I

 

ଦୁର୍ଗା ପ୍ରସାଦ ମୋଦୀ, ସୁମନ ମୋଦୀ, ଗୌରଭ ମୋଦୀ, ସୌରଭ ମୋଦୀ, ଖୁସବୁ ମୋଦୀ ଓ ନେହା ମୋଦୀ ପ୍ରମୁଖଙ୍କ ସହାୟତାରେ ଶିବିର ପରିଚାଳିତ ହୋଇଥିଲା I ଏକ ବ୍ୟବସାୟିକ ଅନୁଷ୍ଠାନ ହୋଇ ମଧ୍ୟ ବର୍ଷରେ ଦୁଇ ଥର ରକ୍ତଦାନ ଶିବିର ଆୟୋଜନ କରୁଥିବାରୁ ତାଙ୍କର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ I