Onn 3

ବିଧାନସଭାର ସଦାଚାର କମିଟିର ସଦସ୍ୟ ମାନଙ୍କର ମୟୁରଭଞ୍ଜ ଗସ୍ତ

State

ବୁକ୍ ସର୍କୁଲାର ୪୭ ଉତ୍ତମ କାର୍ଯ୍ୟକାରୀ ହେବାପାଇଁ ଗୁରୁତ୍ଵ ଦେଲେ କମିଟି ଅଧ୍ୟକ୍ଷ

ବାରିପଦା: ନିର୍ବାଚିତ ଲୋକ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ବଢ଼ାଇବା ଉଦ୍ଦେଶ୍ୟରେ ରାଜ୍ୟ ବିଧାନସଭାର ସଦାଚାର କମିଟିର ସଦସ୍ୟ ମାନେ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ। ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟିର ଅନ୍ୟାନ୍ୟ ସଦସ୍ୟ ତଥା ବିଧାୟକଗଣ ଶ୍ରୀ ଅନନ୍ତ ଦାସ, ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ, ଶ୍ରୀ ଅରବିନ୍ଦ ଢ଼ାଲି ଓ ଶ୍ରୀ ସ୍ୱରୂପ କୁମାର ଦାସ ଙ୍କ ସମେତ ଜିଲ୍ଲାପାଳ ଶ୍ରୀ ଭିନିତ ଭରଦ୍ୱାଜ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବି. ଗଙ୍ଗାଧର ଉପସ୍ଥିତି ରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଏହି ବୈଠକରେ ସଦାଚାର କମିଟିର ସଦସ୍ୟ ତଥା ମାନ୍ୟବର ବିଧାୟକ ଗଣ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ବୁକ୍ ସର୍କୁଲାର ୪୭ ବିଷୟରେ ଆଲୋଚନା କରିଥିଲେ।

ନିଜ ଅଭିଭାଷଣରେ କମିଟି ର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ଶ୍ରୀ ଶତପଥି କହିଥିଲେ ଯେ ପ୍ରଶାସକ ଓ ଲୋକ ପ୍ରତିନିଧି ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ, ଗଣତନ୍ତ୍ରରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ ଏବଂ ଏହାର ସମନ୍ଵୟତା ବଜାୟ ରହିଲେ ଏହା ରାଜ୍ୟ ଶାସନ ପାଇଁ ଏକ ଉତ୍ତମ ଅନୁକୂଳ ବାତାବରଣ ସୃଷ୍ଟି କରିବ ଏବଂ ସାଧାରଣ ଜନତା ଶାସନ ର ସୁଫଳ ପାଇ ପାରିବେ.ଏହି ବୁକ୍ ସର୍କୁଲାର ୪୭ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ରହିବା ନିହାତି ଆବଶ୍ୟକ କାରଣ ଏହା ଲୋକ ମାନଙ୍କ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନା କରିବାପାଇଁ ପ୍ରସ୍ତୁତ ହୋଇଛି ଏବଂ ଏହାର ଆଚାର ସଂହିତା ସଂପୂର୍ଣ୍ଣ ଭାବେ ପାଳନ ହେବା ନିହାତି ଆବଶ୍ୟକ। ବିଶେଷକରି ନବ ନିଯୁକ୍ତ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏହି ବୁକ୍ ସର୍କୁଲାର ୪୭କୁ ପର୍ଯ୍ୟୟଭୁକ୍ତ କରିବାପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ। ଇତ୍ୟବସରରେ ସମନ୍ୱୟ କମିଟିର ସମସ୍ତ ସଦସ୍ୟ ମାନେ ଜିଲ୍ଲାର କେତେକ ଅଧିକାରୀଙ୍କ ସହିତ ଏହି ବିଷୟରେ ଆଲୋଚନା କରିଥିଲେ।

ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଥିଲେ ଯେ ମୟୂରଭଞ୍ଜରେ ଲୋକ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ କାର୍ଯ୍ୟ ଖୁବ୍ ଅଗ୍ରଗତି କରିଛି ଏବଂ ପରିଣାମ ସ୍ବରୂପ ଲୋକ ମାନଙ୍କ ପାଇଁ ବହୁ ଉନ୍ନତିମୂଳକ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହେଉଛି। ପରବର୍ତ୍ତୀ ମୁହୂର୍ତ୍ତରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୁକ୍ ସର୍କୁଲାର ୪୭କୁ ସମସ୍ତ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ଉପାଦେୟ କରିବା ପାଇଁ ଚେଷ୍ଟା କରିବୁ। ଏଥିପାଇଁ ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଜିଲ୍ଲାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କୁ ଏହି ବୁକ ସାରକୁଲର-47 ବିଷୟରେ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଅନୁଷ୍ଠିତ ଉକ୍ତ ବୈଠକରେ ଓଡିଶା ବିଧାନ ସଭା ର ବିଭିନ୍ନ ଅଧିକାରୀ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଜ଼ିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୌଲତ ଚନ୍ଦ୍ରକାର, ଶ୍ରୀ ହେମନ୍ତ କୁମାର ସିଂ, ଅତିରିକ୍ତ ଜିଲ୍ଲାପାଳ, ରାଇରଙ୍ଗପୁର, ୪ ଗୋଟି ଉପଖଣ୍ଡର ଉପଜିଲ୍ଲପାଳ ଯଥା ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ,ଉପଜିଲ୍ଲାପାଳ ବାରିପଦା,ଶ୍ରୀ ସୁଶାନ୍ତ କୁମାର ବାରିକ, ଉପଜିଲ୍ଲପାଳ କପ୍ତିପଦା, ଶ୍ରୀ ସରୋଜ କୁମାର ଦାସ ଉପଜିଲ୍ଲପାଳ ରାଇରଙ୍ଗପୁର, ଓ ଶ୍ରୀ ପ୍ରେମାଂଶୁ ଚାନ୍ଦ, ଉପଜିଲ୍ଲପାଳ କରଞ୍ଜିଆଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ର ବିଡ଼ିଓ, ତହସିଲଦାର, ବ୍ଲକ ସ୍ତରୀୟ ବିଭାଗୀୟ ପଦାଧିକାରୀ ଜିଲ୍ଲା ସ୍ତରୀୟ ପଦାଧିକାରୀ, ବିଭିନ୍ନ ଲାଇନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ